କୋରାପୁଟ : ମୋବାଇଲ ଫାଟି ବର୍ଷକର ଶିଶୁକନ୍ୟା ଗୁରୁତର, ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି

କୋରାପୁଟ (କେନ୍ୟୁଜ ବ୍ୟୁରୋ) : ମୋବାଇଲ ବିସ୍ଫୋରଣରେ ବର୍ଷକର ଶିଶୁକନ୍ୟା ଗୁରୁତର ଆହତ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତଳବିଲାଂସିଲ ଗାଁରେ ଘଟିଛି ଅଭାବନୀୟ ଘଟଣା। ଗୁରୁତର ଶିଶୁକୁ ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଧିକ ଚିକିତ୍ସା ପାଇଁ ତାଙ୍କୁ କୋରାପୁଟ ଡାକ୍ତରଖାନା ପଠାଯିବ ବୋଲି ଡାକ୍ତର କହିଛନ୍ତି ।

ତଳବିଲାଂସିଲ ଗାଁର ରୋହିତ ନାଚିକା ରାତିରେ ମୋବାଇଲ ଚାର୍ଜ କରି ସାରି ଖଟରେ ରଖି ଶୋଇଥିଲେ। କିନ୍ତୁ ରାତି ପ୍ରାୟ ଗୋଟାଏ ବେଳେ ଏହା ହଠାତ ପ୍ରଚଣ୍ଡ ଶବ୍ଦ କରି ଫାଟିଥିଲା। ଏଥିରେ ରୋହିତଙ୍କ ବର୍ଷକର ଝିଅଙ୍କ ମୁହଁ ପୋଡ଼ିଯିବା ସହ ଗୁରୁତର ଆହତ ହୋଇଥିଲେ। ସକାଳେ ଝିଅକୁ ନେଇ ଡାକ୍ତରଖାନାରେ ଚିକିତ୍ସିତ କରିଛନ୍ତି ରୋହିତ।

You might also like