ପାରାଦୀପରୁ ୧୦ ସନ୍ଦିଗ୍ଧ ମତ୍ସ୍ୟଜୀବୀ ଅଟକ, ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହ

ପାରାଦୀପ : ୧୦ ସନ୍ଦିଗ୍ଧ ମତ୍ସ୍ୟଜୀବୀ ଅଟକ । ବାଂଲାଦେଶୀ ସନ୍ଦେହରେ ପାରାଦୀପ ଆଦର୍ଶ ଥାନାରେ୧୦ ମତ୍ସ୍ୟଜୀବୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ବାଲିପୁଟରୁ ଡଙ୍ଗାରେ ମାଛ ଧରିବାକୁ ଆସିଥିଲେ। ସେମାନଙ୍କ ପରିଚୟପତ୍ର ଯାଞ୍ଚ ପରେ ଛଡ଼ାଯିବ ବୋଲି କହିଛନ୍ତି ଡିଏସପି।

ସୂଚନା ଅନୁସାରେ ଆଜି ସକାଳେ ଏହି ୧୨ ଜଣ ବସରେ ଆସି ପାରାଦୀପ ବସଷ୍ଟାଣ୍ଡରେ ପହଞ୍ଚିଥିଲେ । ବାଂଲାଦେଶୀ ହୋଇଥିବା ସନ୍ଦେହ କରି ପୋଲିସକୁ ଜଣାଇଥିଲେ ସ୍ଥାନୀୟ ଲୋକେ । ପରେ ପୋଲିସ ସମସ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି । ସମସ୍ତ ସନ୍ଦିଗ୍ଧ କୋଲକାତାର ବାବୁଘାଟରୁ ଆସିଥିବା ଜଣାପଡ଼ିଛି । ସମସ୍ତେ ବଙ୍ଗଳା ଭାଷାରେ କଥାବାର୍ତ୍ତା ହେଉଥିବା ବେଳେ ଏମାନେ ବାଂଲାଦେଶୀ ଅନୁପ୍ରବେଶକାରୀ କି ନୁହେଁ ସେନେଇ ତଦନ୍ତ ଚାଲିଛି ।

ଅନ୍ୟପଟେ ପାରାଦୀପ ବସଷ୍ଟାଣ୍ଡ , ସମୁଦ୍ର କୂଳ, ଷଣ୍ଢକୁଦ ବସ୍ତି, ନେହରୁବଙ୍ଗଳା ଓ ମାଛଧରା ବନ୍ଦର ପରି ବିଭିନ୍ନ ସ୍ଥାନରେ ପୋଲିସ ଯାଞ୍ଚ କରୁଥିବା ବେଳେ ଉପକୂଳ ସମୁଦ୍ରରେ ମଧ୍ୟ ମେରାଇନ ପୁଲିସ ପକ୍ଷରୁ ପାଟ୍ରୋଲିଂ କରିବା ସହ ବୋଟଗୁଡିକରେ କଡାକଡି ଯାଞ୍ଚ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.