ନୂଆ ଷ୍ଟାଇଲରେ କାର୍ ଚୋରି, ଭଡ଼ାରେ ଲଗାଇବା ନାଁରେ କାର୍ ଧରି ଛୁ ମାରୁଥିଲା

ଭୁବନେଶ୍ୱର(କେନ୍ୟୁଜ୍‌) : ନୂଆ ଷ୍ଟାଇଲରେ କାର୍ ଚୋରି । ସରକାରୀ ଅଫିସରେ ଭଡ଼ାରେ ଲଗାଇବା ନାଁରେ କାର୍ ଧରି ଛୁ ମାରୁଥିଲା । ଆଜି ଅଭିଯୁକ୍ତ ମାନସ ରଂଜନ ବିଶ୍ୱାଳକୁ ଗିରଫ କରିଛି ଭୁବନେଶ୍ୱର ନୟାପଲ୍ଲୀ ଥାନା ପୋଲିସ । ତା ପାଖରୁ ଜବତ ହୋଇଛି ୧୦ଟି ଦାମୀ କାର୍ ।

ମାଲିକଙ୍କୁ ଭୂଆଁ ବୁଲାଇ କାର୍ ଧରି ଚମ୍ପଟ ମାରିବା ପରେ ଅଭିଯୁକ୍ତ ମାନସ ବିଶ୍ୱାଳ ଗାଡ଼ିର ନମ୍ବର ପ୍ଲେଟ ଓ ଚେଚିସ ବଦଳାଇ ଦେଉଥିଲା । ଏହାପରେ କାର୍କୁ ୨ ଲକ୍ଷ ଟଙ୍କାରେ ବିକ୍ରି କରୁଥିଲା । ଏନେଇ ଗାଡ଼ି ମାଲିକମାନେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ କାର୍ ଲୁଟ ପଛରେ ଏକ ର‍୍ୟାକେଟ୍‌ ଟକାମ କରୁଥିବା ତଦନ୍ତରୁ ଜାଣିବାକୁ ପାଇଛି । ଅନ୍ୟମାନଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ କରୁଛି କମିଶନରେଟ ପୋଲିସ ।

Leave A Reply

Your email address will not be published.