ମନ୍ଦିର ପ୍ରତିଷ୍ଠା ବେଳେ ଅଘଟଣ, କରେଣ୍ଟ ଲାଗି ୧୦ ଶିଶୁ ଗୁରୁତର

ଦିଗପହଣ୍ଡି ; କରେଣ୍ଟ ଲାଗି ଗୁରୁତର ହୋଇପଡିଛନ୍ତି ୧୦ ଜଣ ଶିଶୁ । ଘଟଣାଟି ଘଟିଛି ବ୍ରହ୍ମପୁର ଦିଗପହଣ୍ଡିରେ । ୧୦ ରୁ ଉର୍ଦ୍ଧ ଶିଶୁ ବିଦ୍ୟୁତ ଆଘାତ ଲାଗି ଗୁରୁତର ହୋଇଛନ୍ତି । ମନ୍ଦିର ପ୍ରତିଷ୍ଠା ବେଳେ ଫାସିଗୁଡା ଗାଁରେ ଏହି ଅଘଟଣ ହୋଇଛି । ସେଠାରେ ରାମାୟଣ ନାଟକ ପ୍ରଦର୍ଶନ ହେଉଥିଲା । ଷ୍ଟେଜ ନିକଟରେ ବିଦ୍ୟୁତ ଆଘାତ ଯୋଗୁଁ ଏଭଳି ଏକ ମର୍ମନ୍ତୁଦ ଘଟଣା ଘଟି ଯାଇଛି ।

ଏହି ଘଟଣାରେ ଆହତ ଶିଶୁ ମାନଙ୍କ ବୟସ ୭ରୁ ୧୨ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ଗୁରୁତର ଚାରି ଜଣ ଶିଶୁଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଅନ୍ୟ ମାନଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତି କରାଯାଇଛି ।

ସୂଚନାଯୋଗ୍ୟ, କଟକରେ ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ  ଆହତ ୧୭ ଜଣ ନବଜାତ ସହ ଛୋଟ ଛୋଟ ଶିଶୁଙ୍କୁ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ ଶିଶୁଟି ଭଦ୍ରକ ଚାନ୍ଦବାଲିର ବୋଲି ଜଣାପଡିଛି । ପୁରୀଘାଟ ଥାନା ନିକଟରେ ଥିବା ଏକ ଘରୋଇ ହସପିଟାଲର ତୃତୀୟ ମହଲାରେ ନିଆଁ ଲାଗିଥିଲା ।  ଆଇସିୟୁରେ ପ୍ରଥମେ ନିଆଁ ଲାଗିଥିଲା ।