ହଠାତ୍ ଦବିବାକୁ ଲାଗିଲା ରାସ୍ତା, ଦେଖୁ ଦେଖୁ ରାସ୍ତା ମଝିରେ ହୋଇଗଲା ୧୦ ଫୁଟର ଗାତ!

ଭୁବନେଶ୍ୱର(କେନ୍ୟୁଜ୍): ହଠାତ୍ ଦାବିବାକୁ ଲାଗିଲା ରାସ୍ତା। ତାର କିଛି ସମୟ ପରେ ରାସ୍ତା ମଝିରେ ହୋଇଗଲା ଏକ ବଡ଼ ଗାତ । ପ୍ରାୟ ୧୦ ଫୁଟର ଗାତ ହୋଇଥିବା ସୂଚନା ମିଳିଛି। କଟକ ଚୈ।ଧୁରୀ ବଜାର ଦେଖିବାକୁ ମିଳିଛି ଏହି ବିରାଟ ଗର୍ତ୍ତ। ଯାହାକୁ ନେଇ କିଛି ସମୟ ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ଯରେ ଉତେଜନା ଦେଖିବାକୁ ମିଳିଥିଲା।

ତେବେ ଏନେଇ ଖବର ପାଇ ଘଟଣାସ୍ଥଳରେ କଟକ ମେୟର ପହଞ୍ଚି ରାସ୍ତାର ମରାମତି କାର୍ଯ୍ଯ ଆରମ୍ଭ କରାଇଥିଲେ। ମେୟର ନିଜେ ଉପସ୍ଥିତ ରହିଥିଲେ। ତେବେ ଏକ ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ ସବୁ କିଛି ସମାଧାନ ହୋଇଯାଇଥିବା କୁହାଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.