ନଦୀବନ୍ଧ ରାସ୍ତାକଡରୁ ୧୦ଫୁଟ ଲମ୍ବର ଅଜଗର ଉଦ୍ଧାର

ଯାଜପୁର(କେନ୍ୟୁଜ): ରାସ୍ତାକଡରୁ ୧୦ଫୁଟ ଲମ୍ବର ଅଜଗର ଉଦ୍ଧାର । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପାଇକରାପୁର ଗାଁ ନଦୀ ବନ୍ଧ ରାସ୍ତା କଡ଼ରୁ ଅଜଗର ସାପ ଉଦ୍ଧାର କରାଯାଇଛି । ନଦୀ ବନ୍ଧ ରାସ୍ତାରେ ଆଜି ସକାଳେ ସାପ ବୁଲୁଥିବା ସ୍ଥାନୀୟ ଲୋକ ଦେଖି ଭୟଭୀତ ହୋଇଥିଲେ ।

ଅଜଗରଟି କୌଣସି ଏକ ଜନ୍ତୁ ଗିଳିଥିବାରୁ ହଲି ପାରୁନଥିବା ଅନୁମାନ କରାଯାଇଥିଲା । ଗାଁର କିଛି ଯୁବକ ଅଜଗରଟିକୁ ଉଦ୍ଧାର କରି ନିକଟସ୍ଥ ବିଛାଖଣ୍ଡି ପାହାଡ଼ରେ ଛାଡିଦେଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.