ବାଲେଶ୍ୱର (କେନ୍ୟୁଜ୍) : ଜବତ ହେଲା ଧଳା ଜହର। ଜଳେଶ୍ୱରରୁ ବାଲେଶ୍ୱରକୁ ଚାଲାଣ ବେଳେ ଜବତ ହେଲା ୧୦ଗ୍ରାମ ବ୍ରାଉନ ସୁଗାର। ଜଳେଶ୍ୱର ପୋଲିସ ଚାଲନ୍ତି ଛକ ନିକଟରେ ଚଢାଉ କରି ବ୍ରାଉନ ସୁଗାର ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ଦେଢ ଲକ୍ଷରୁ ଅଧିକ ହେବ।
ଗିରଫ ଦୁଇ ଜଣ ପୁରୁଣା ଭୁବନେଶ୍ୱରର ଦୀପକ ମହାପାତ୍ର ଓ ପୁରୀ ସାକ୍ଷୀଗୋପାଳପୁରର ଧୀରେନ୍ ମହାପାତ୍ର। ଏମାନେ ଜଳେଶ୍ୱରରୁ ଏକ ଅଟୋରେ ରୁପ୍ସା ଯାଇ ସେଠାରୁ ଟ୍ରେନରେ ଭୁବନେଶ୍ୱର ଯିବାବେଳେ ପୋଲିସ ହାତରେ ଧରାପଡିଛନ୍ତି।