ସୋରଡା : ଖୁଂଟେଶ୍ୱରୀ ପାହାଡ଼ ଉପରେ ଗାଡି ଦୁର୍ଘଟଣା, ୧୦ ଆହତ
ସୋରଡା : କଲିକତାରୁ ଦୁଇ ପରିବାରର ୯ ଜଣ ସଦସ୍ୟ ବୁଲିବା ପାଇଁ ବ୍ରହ୍ମପୁରରୁ ଏକ ଟ୍ରାଭେଲ ଗାଡିରେ ବାହାରି ଥିଲେ ଦାରିଙ୍ଗିବାଡି । ଦାରିଙ୍ଗିବାଡି ଯିବା ସମୟରେ ଖୁଂଟେଶ୍ୱରୀ ପାହାଡ଼ ବୁଲିବା ପାଇଁ ଯାଇଥିଲେ । ଗାଡି ଡ୍ରାଇଭର ଘାଟି ରାସ୍ତା ରେ ଭାରସାମ୍ୟ ହରାଇ ଗାଡି ଓଲଟି ପଡିଥିଲା । ଗାଡ଼ିରେ ଥିବା ୯ ଜଣ ଯାତ୍ରୀ ଆହତ ହୋଇଥିଲେ । ସମସ୍ତ ଙ୍କ ମୁଣ୍ଡ ଫାଟିବା ସହିତ ହାତ ଓ ଅଣ୍ଟା କୁ ଆଘାତ ଲାଗିଛି । ସମସ୍ତ ଆହତ ଙ୍କୁ ପ୍ରଥମେ ସୋରଡା ମେଡିକାଲ ରେ ପ୍ରାଥମିକ ଚିକିଛା ପରେ ବ୍ରହ୍ମପୁର ମେଡିକାଲ କୁ ପଠାଯାଇଛି ।