ତୀର୍ଥ ଯାତ୍ରୀ ବସ ସହିତ ଟ୍ରକ ଧକ୍କା, ୧୦ ଆହତ

ଭଦ୍ରକ : ୧୬ ନମ୍ବର ଜାତୀୟ ରାଜପଥର ଚି଼ଙ୍ଗିଡ଼ିପୁର ଛକ ନିକଟରେ ତୀର୍ଥ ଯାତ୍ରୀ ବସ ସହିତ ଟ୍ରକ ଧକ୍କା ଘଟିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 10 ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତୀର୍ଥ ଯାତ୍ରୀ ବସଟି ଆନ୍ଧ୍ର ପ୍ରଦେଶର ଅଙ୍ଗୋରୁର ଜିଲ୍ଲାରୁ ବାହାରି ପ୍ରଥମେ ପୁରୀରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ସାରି କାଶୀ ଅଭିମୁଖେ ଯାଉଥିଲା ବେଳେ ଏକ ଟ୍ରକ ବସ୍ କୁ ପଛ ପଟୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଅନ୍ୟ ଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ଆହତଙ୍କ ଆତ୍ମୀୟସ୍ୱଜନ ଙ୍କ ପାଖକୁ ଖବର ଦିଆଯାଇଛି । ଆହତମାନଙ୍କ ଚିକିତ୍ସା ଭଦ୍ରକ ଡାକ୍ତରଖାନାରେ ଚାଲିଛି ।