ଷ୍ଟେଟ୍‌ ବ୍ୟାଙ୍କ୍‌ରୁ ଟଙ୍କା ଉଠାଇ ଫେରୁଥିବା ବେଳେ ବନ୍ଧୁକ ଦେଖାଇ ୧୦ ଲକ୍ଷ ଲୁଟ୍‌

ବ୍ରହ୍ମଗିରି(କେନ୍ୟୁଜ୍): ବନ୍ଧୁକ ଦେଖାଇ ୧୦ ଲକ୍ଷ ଲୁଟ୍‌ । ବ୍ରହ୍ମଗିରି ଷ୍ଟେଟ୍‌ ବ୍ୟାଙ୍କ୍‌ରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଜଣେ ବ୍ୟକ୍ତିଙ୍କଠାରୁ ୧୦ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ ହୋଇଛି। ବ୍ରହ୍ମଗିରି ହାଇସ୍କୁଲ ଓ ସବ୍‌ ରେଜିଷ୍ଟ୍ରାର ଅଫିସ ନିକଟରେ ଦୁଇ ଜଣ ଯୁବକ ଅଚାନକ ବନ୍ଧୁକ ଦେଖାଇ ଟଙ୍କା ଥିବା ବ୍ୟାଗ୍‌କୁ ଛଡାଇ ନେଇଛନ୍ତି।

ଘଟଣା ନେଇ ବ୍ରହ୍ମଗିରି ଥାନାରେ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ବ୍ରହ୍ମଗିରି ଆଇଆଇସି ବ୍ୟାଙ୍କ୍‌ର ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.