କଳାହାଣ୍ଡି କଲମପୁର ବମହୁଡାରେ ୧୦ମିଟର ଘାଇ, ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ

କଳାହାଣ୍ଡି(କେନ୍ଯୁଜ୍): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବମହୁଡାରେ ୧୦ମିଟର ଘାଇ । ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ। ପାଜେନ୍‌ ନିକଟରେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ୩୩.୩୨୬ ବମହୁଡାରେ ଘାଇ ସୃଷ୍ଟି ହୋଇଛି। ବ୍ୟାପକ ଫସଲ ନଷ୍ଟ ହେବା ଆଶଙ୍କା ରହିଥିବା ବେଳେ ପାଜେନ୍‌ ଗାଁ ଭିତରକୁ ପାଣି ପଶିଥିବା ବେଳେ ପ୍ରାୟ ୨ରୁ ୩ଟି ଘରେ ପାଣି ପଶିଥିବା ସୂଚନା ମିଳିଛି।

ଘଟଣାସ୍ଥଳରେ ପହଞ୍ଚି SDO ପ୍ରଣୟ ପ୍ରଧାନ ଓ ପ୍ରତାପ ବେହେରା AE ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। ପୂର୍ବରୁ ମଧ୍ୟ କେନାଲରେ ଘାଇ ହୋଇ ବ୍ୟାପକ ଫସଲ ନଷ୍ଟ ହୋଇଥିଲା। କ୍ଷତିପୂରଣ ବାବଦକୁ ସହାୟତା ପାଇନଥିବା ବେଳେ ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଚାଷୀ ମହଲରେ ଦାବି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.