ନନ୍ଦନକାନନରେ ଥିବା ଧଳା ବାଘୁଣୀ ବିଜୟାର ୧୦ମାସର ଛୁଆ ରକି ଗୁରୁତର

ଭୁବନେଶ୍ବର(କେନ୍ଯୁଜ୍): ରକି ଗୁରୁତର। ନନ୍ଦନକାନନରେ ଥିବା ଧଳା ବାଘୁଣୀ ବିଜୟାର ୧୦ମାସର ଛୁଆ ରକି ଗୁରୁତର। OUAT ବିଶେଷଜ୍ଞ ଡାକ୍ତର ନିରଞ୍ଜନ ସାହୁଙ୍କ ନେତୃତ୍ୱରେ ନନ୍ଦନକାନନ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ତାର ଚିକିତ୍ସା କରାଯାଉଛି। ଗତ ୪ ଦିନ ହେଲା ରକିକୁ ତରଳ ଝାଡା ହେବା ସହ ଜ୍ୱର ହେଉଛି। ତାକୁ ସାଲାଇନ୍‌ ସହ ଆଣ୍ଟିବାୟୋଟିକ୍ସ ଦିଆଯାଉଛି।

ରକ୍ତ ନମୁନା ପରୀକ୍ଷା ରିପୋର୍ଟରୁ ଜଣାପଡିଛି ଯେ, ରକି ଦେହରେ କାନାଇନ୍‌ ପ୍ରାଭୋ ନାମକ ଭାଇରସ୍‌ ରହିଛି। ତାକୁ ଏବେ ୩୨ ନମ୍ବର ଖୁଆଡରୁ ନିଆଯାଇ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ରଖାଯାଇଛି। ରକି ଠାରୁ ଅନ୍ୟ ବାଘକୁ ଏହି ଭାଇରସ୍‌ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ରକିକୁ ସ୍ୱତନ୍ତ୍ର କୋଠରୀରେ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.