ଆଜି ରାଜ୍ଯରେ ପୁଣି କରୋନା ନେଲା ଆଉ ୧୦ ଜୀବନ, ୩୦୦ ଛୁଇଁବାକୁ ୪ ବାକି

ଭୁବନେଶ୍ବର : ଏମିତି ୧୦/୧୨ କରି ରାଜ୍ୟରେ ଜୀବନ ନେଇ ଚାଲିଛି କରୋନା । ଗତକାଲିର ହିସାବ ଅନୁସାରେ ଆଉ ୧୦ ଜଣଙ୍କର ମୃତ୍ୟୁ ହୋଇଛି । କୋଭିଡ୍ ଜନିତ ମୃତ୍ୟୁସଂଖ୍ୟା ୨୯୬ରେ ପହଞ୍ଚିଥିବା ବେଳେ ୩୦୦ ଛୁଇଁବାକୁ ଆଉ ୪ ବାକି ଅଛି ।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ଭିତରୁ ଖୋର୍ଦ୍ଧା ଓ ଗଞ୍ଜାମରୁ ୩ ଜଣଙ୍କର ମୃତ୍ଯୁ ହୋଇଛି । ସେହିପରି ବାଲେଶ୍ବର, ପୁରୀ, ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ କରୋନା ରୋଗୀ ମୃତ୍ଯୁବରଣ କରିଥିବା ଜଣାପଡିଛି। ଏହା ସହିତ ଅନ୍ଯ କୌଣସି କାରଣ ପାଇଁ ଦୁଇ କରୋନା ପଜିଟିଭ୍ ବ୍ଯକ୍ତିଙ୍କର ଜୀବନ ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.