ରାମସାର ଲିଷ୍ଟରେ ଭାରତର ଆଉ ୧୦ଟି ଆର୍ଦ୍ରଭୂମି, ସାମିଲି ଅଛି ଓଡ଼ିଶାର ସାତକୋଶିଆ ଗଣ୍ଡ

କେନ୍ୟୁଜ୍(ବ୍ୟୁରୋ): ରାମସାର ଲିଷ୍ଟରେ ଭାରତର ଆଉ ୧୦ଟି ଆର୍ଦ୍ରଭୂମି । ଏଥିରେ ଅଛି ଓଡ଼ିଶାର ସାତକୋଶିଆ ଗଣ୍ଡ । ୧୦ଟି ନୂଆ ଆର୍ଦ୍ରଭୂମି ଭିତରେ ତାମିଲନାଡୁର ସର୍ବାଧିକ ୬ଟି ଏବଂ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଓଡ଼ିଶା ଓ ଗୋଆର ଗୋଟିଏ ଲେଖାଏଁ ରହିଛି । ଏହାକୁ ମିଶାଇ ଦେଶରେ ଆର୍ଦ୍ରଭୂମି ସଂଖ୍ୟା ୬୪କୁ ବୃଦ୍ଧି ପାଇଛି । ଏବେ ଦେଶରେ ମୋଟ୍‌ ୧୨ଲକ୍ଷ ୫୦ହଜାର ୩୬୧ ହେକ୍ଟର ଆର୍ଦ୍ରଭୂମି କ୍ଷେତ୍ରକୁ ରାମସାର କ୍ଷେତ୍ର ମାନ୍ୟତା ମିଳିଛି । ମହାନଦୀରେ ରହିଛି ସାତକୋଶିଆ ଗଣ୍ଡ ।

୧୯୭୬ରୁ ଏହାକୁ ବନ୍ୟପ୍ରାଣୀ ଅଭୟାରଣ୍ୟର ମାନ୍ୟତା ମିଳିଛି । ସାତକୋଶିଆରେ ମୋଟ୍‌ ୯୮ହଜାର ୧୯୬ ହେକ୍ଟର ଆର୍ଦ୍ରଭୂମି ରହିଛି । ଆଉ ୧୦ଟି ଆର୍ଦ୍ରଭୂମିକୁ ରାମସର ମାନ୍ୟତା ମିଳିବା ପରେ ଏସବୁର ସଂରକ୍ଷଣ ଓ ପରିଚାଳନାରେ ସହାୟତା ମିଳିପାରିବ । ଏଥିସହ ସମ୍ବଳର ସୁବିନିଯୋଗ ହୋଇପାରିବ । ୧୯୭୧ ମସିହାରେ ଇରାନରେ ରାମସାର କନଭେନ୍‌ସନ୍‌ ସ୍ୱାକ୍ଷରିତ ହୋଇଥିଲା । ଫେବୃଆରୀ ପହିଲା ୧୯୮୨ରେ ଭାରତ ଏଥିରେ ସ୍ୱାକ୍ଷର କରିଥିଲା । ଏବେ ସୁଦ୍ଧା ଭାରତରେ ଅନ୍ତର୍ଜାତୀୟ ଗୁରୁତ୍ୱ ବହନ କରୁଥିବା ୧୨ଲକ୍ଷ ୫୦ ହଜାର ୩୬୧ ହେକ୍ଟର କ୍ଷେତ୍ରଫଳ ବିଶିଷ୍ଟ ୬୪ଟି ଆଦ୍ରଭୂମିକୁ ରାମସାର ମାନ୍ୟତା ମିଳିଛି ।.

Leave A Reply

Your email address will not be published.