ବ୍ରହ୍ମପୁର: ଟ୍ରାକ୍ଟରକୁ ପିଟିଲା ଯାତ୍ରୀବାହୀ ଅଟୋ, ୧୦ ଆହାତ ୨ ଗୁରୁତର

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର  ଓଭରବ୍ରିଜ୍ ଛକରେ ଏକ ଇଟା ବୋଝେଇ ଟ୍ରାକ୍ଟରକୁ ପଛପଟୁ ଧକ୍କା ଦେଲା ଏକ ଯାତ୍ରୀ ବାହୀ  ଅଟୋ । ଫଳରେ ଅଟୋରେ ବସିଥିବା ୧୦ ରୁ ଅଧିକ ମହିଳା ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ବ୍ରହ୍ମପୁର ବଡ଼ ମେଡିକାଲୁକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା  । ଏଥିମଧ୍ୟରୁ  ଗୁରୁତର ଥିବା ଦୁଇଜଣ  ମହିଳାଙ୍କୁ କଟକ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି ।

ବ୍ରହ୍ମପୁର ଏମକେସିଜି ମେଡିକାଲରେ ୮ରୁ ଅଧିକ ମହିଳା  ଚିକିତ୍ସିତ ହେଉଛନ୍ତି  । ଅଟୋରେ ୧୦ ରୁ ଅଧିକ ମହିଳା  ସୁରଳରୁ ବ୍ରହ୍ମପୁରକୁ ମାଛ ବିକ୍ରି କରିବା ପାଇଁ ଆସୁଥିଲେ। ଘଟଣାସ୍ଥଳରେ  ଗୋଳନ୍ଥରା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.