ଢେଙ୍କାନାଳରେ ସଡକ ଦୁର୍ଘଟଣା, ୧୦ ଛାତ୍ର ଛାତ୍ରୀ ଆହତ

ଢେଙ୍କାନାଳ : ସ୍କୁଲ ବସ୍ କୁ ଧକ୍କା ଦେଲା ଟ୍ରଲର । ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ।  ଧକ୍କା ଦେଇଥିବା ଟ୍ରଲର୍ ଡ୍ରାଇଭର୍ ଫେରାର । ଢେଙ୍କାନାଳର ଏକ ଘରୋଇ ସ୍କୁଲ ବସ ସକାଳୁ ପିଲାଙ୍କୁ ସ୍କୁଲ ନେଇ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା। ପଞ୍ଚାବନ ନମ୍ବର ଜାତୀୟ ରାଜପଥ କୋରିଆଁ ନିକଟରେ ଦୁର୍ଘଟଣା ଘଟିଛି ।

ଦୁର୍ଘଟଣା ଘଟାଇଥିବା ଟ୍ରଲର କୁ ଜବତ କରାଯାଇଥିବା ବେଳେ ଡ୍ରାଇଭର ଫେରାର ହୋଇ ଯାଇଥିବା ଜଣାପଡିଛି ।  ଆହତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଚିକିତ୍ସାଳୟରେ ସ୍କୁଲ ଅଧ୍ୟକ୍ଷ ଓ ଅନ୍ୟ କର୍ମଚାରୀ ପହଞ୍ଚି ପିଲାଙ୍କୁ ଚିକିତ୍ସା କରାଇବା ସହ ଘରକୁ ପଠାଇ ଦେଇଛନ୍ତି ।