ମିଶନଶକ୍ତି ଦ୍ବାରା ସ୍ବାବଲମ୍ବୀ ହୋଇଥିବା ସୁଷମା ଦତ୍ତଙ୍କ ସହ ଦୁବାଇ ଯିବେ ୧୦ ମହିଳା

ମିଶନଶକ୍ତି ମାଧ୍ଯମରେ ସ୍ଯାବଲମ୍ବୀ ହୋଇପାରିଥିବା ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଚୌମୁଖ ଗ୍ରାମର ସୁଷମା ଦତ୍ତ ଆସନ୍ତା ୧୫ ତାରିଖରେ ଯିବେ ଦୁବାଇ । ସେଠାରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ଯ ଦେଖିବା ସହ ଅଭିଜ୍ଞତା ସାଉଣ୍ଟିବେ।

ଜଳେଶ୍ବର (କେନ୍ୟୁଜ୍): ମିଶନଶକ୍ତି ମାଧ୍ଯମରେ ସ୍ଯାବଲମ୍ବୀ ହୋଇପାରିଥିବା ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଚୌମୁଖ ଗ୍ରାମର ସୁଷମା ଦତ୍ତ ଆସନ୍ତା ୧୫ ତାରିଖରେ ଯିବେ ଦୁବାଇ । ସେଠାରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ଯ ଦେଖିବା ସହ ଅଭିଜ୍ଞତା ସାଉଣ୍ଟିବେ।

ତାଙ୍କ ସହ ଓଡିଶାର ବିଭିନ୍ନ ଜିଲ୍ଲାରୁ ରାଜ୍ଯ ସରକାରଙ୍କ ମିଶନ ଶକ୍ତି ଦ୍ବାରା ମନୋନୀତ ହୋଇଥିବା ୧୦ ଜଣ ସ୍ବୟଂସହାୟକ ଗୋଷ୍ଠୀର ମହିଳା ମଧ୍ଯ ଦୁବାଇ ଗସ୍ତ କରିବେ। ଏନେଇ ସମସ୍ତ ଆବଶ୍ଯକ କାଗଜ ପତ୍ର ପ୍ରସ୍ତୁତ ହୋଇ ସାରିଥିବା ବେଳେ ଦୁବାଇ ଯିବା ପାଇଁ ସେ ମନୋନୀତ ହୋଇଥିବାରୁ ଖୁସି ବ୍ଯକ୍ତ କରିଛନ୍ତି। ଯେଉଁଥି ପାଇଁ ସେ ରାଜ୍ଯ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସୂଚନା ଅନୁଯାୟୀ ସୁଷମା ୨୦୨୧ ମସିହାରେ ମିଶନ ଶକ୍ତି ଅଧୀନରେ ସ୍ବୟଂସହାୟକ ଗୋଷ୍ଠୀ ମାଧ୍ଯମରେ ୨୦ଟଙ୍କାରୁ ନିଜର ବ୍ଯବସାୟ ଆରମ୍ଭ କରିଥିଲେ। ନିଜର ପରିଶ୍ରମ ଓ ଦୃଢ ଇଛା ଶକ୍ତି ବଳରେ ଏବେ ତାଙ୍କର ବ୍ଯବସାୟ ବୃଦ୍ଧି ପାଇ ୨୦ଲକ୍ଷ ଟଙ୍କା ରେ ପହଞ୍ଚି ପାରିଛି। ସେ ବିଭିନ୍ନ ହାତ ତିଆରି ସାମଗ୍ରୀ ସହିତ ଛତୁଆ ପ୍ରସ୍ତୁତ କରୁଛନ୍ତି। ନିଜର ଗୁଣବତ୍ତା ସମ୍ପନ୍ନ ଉତ୍ପାଦ ପାଇଁ  ସୁଷମା ସରକାରୀ ସ୍ତରରେ ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସମୟରେ ସମ୍ବର୍ଦ୍ଧିତ ମଧ୍ଯ ହୋଇଛନ୍ତି।