କୁନି ଚାଷୀ ଓମ୍’ଙ୍କ ସଫଳତା: ନିଜ ଘରର ଛାତ ଉପରେ ପନିପରିବା ଚାଷ କରି ସୃଷ୍ଟି କଲେ ଉଦାହରଣ

ଭଦ୍ରକ: କିଛି କରିବାର ଇଚ୍ଛା ଶକ୍ତି ଜଣଙ୍କୁ ସଫଳତାର ଶୀର୍ଷରେ ନିହାତୀ ପହଁଚାଇବ। ଏଥିପାଇଁ ବୟସର କୌଣସି ଭୂମିକା ନଥାଏ । ଦରକାର ଖାଲି ମନୋବଳ। ଯେଉଁ ସଫଳତା ପାଇଛନ୍ତି ଜଣେ କୁନି ଚାଷୀ । ନିଜ ଘରର ଛାତ ଉପରେ ପନିପରିବା ଚାଷ କରି ଉଦାହରଣ ସୃଷ୍ଟି କରିଛନ୍ତି ୧୦ ବର୍ଷର ବାଳକ ।

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ କୁଲନା ଗାଁର ଜିତେନ୍ଦ୍ର ସାହୁଙ୍କ ପୁଅ ଓମ୍‌ ପ୍ରକାଶ ସାହୁ । ୟୁଟ୍ୟୁବରୁ ଘର ଛାତ ଉପରେ କିପରି ପନିପରିବା ଚାଷ ହେଉଛି ଜାଣିବାକୁ ପାଇଥିଲେ । ପରେ ସେ ନିଜ ଘରର ଛାତ ଉପରେ ପନିପରିବା ଚାଷ ଆରମ୍ଭ କଲେ । ଓମ୍‌ ଙ୍କ ଏଭଳି ଉଦ୍ୟମକୁ ଦେଖି ପରିବାରରେ ଖୁସିବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.