ବନ୍ୟା ସମସ୍ୟାରୁ ମୁକ୍ତି ପାଇଁ ୧୦ ବର୍ଷର ପିଲା କରୁଛି ଭଗବାନଙ୍କୁ ଗୁହାରୀ

ବେଗୁନିଆ(କେ ନ୍ୟୁଜ): ରାଜ୍ୟର ଅନେକ ସ୍ଥାନରେ ଏବେ ବର୍ଷା ଦାଉ ସାଧୁଛି। ଖୋର୍ଦ୍ଧା ଜିଲ୍ଲା ସମେତ  ଅନେକ ଅଞ୍ଚଳ ଏବେ ଜଳଘେରରେ। ଖୋର୍ଦ୍ଧା ଜିଲ୍ଳାର ରାଜୁଆ ନଦୀରେ ବନ୍ୟାଜଳ ଆସିବା ପରେ ଏବେ ବଳପୁର, ଧବଳପୁର, ମାନପୁର, ହିରିମୂଳ ଏବଂ ଓରବରସିଂ ବାସୀ ସମ୍ପୂର୍ଣ୍ଣ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଏମିତି ହେବା ଫଳରେ ଲୋକମାନେ ପାଖାପାଖି ୮ –୧୦ ଦିନ ପାଣି ଘେରରେ ରହି ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପ୍ରତିବର୍ଷ ନିର୍ବାଚନରେ ନେତା ଆସନ୍ତି କିନ୍ତୁ  ପ୍ରତିଶ୍ରୁତିର ପାହାଡ ଠିଆ କରିଦେଇ ଲୋକଙ୍କୁ ସୁନେଲି ସ୍ୱପ୍ନ ଦେଖାନ୍ତି। ହେଲେ ବର୍ଷା ଜନିତ ବନ୍ୟା ପରେ ଲୋକଙ୍କୁ କେବଳ ରିଲିଫ ଆଉ ସାନ୍ତ୍ୱନା ଦେଇ ନିଜ କର୍ତ୍ତବ୍ୟ ସାରି ଦିଅନ୍ତି।

ପ୍ରତିବର୍ଷ ରାଜୁଆ ନଦୀରେ ବନ୍ୟା ଆସି ଲୋକଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଦେଉଛି। ଅନେକ ଦିନ ହେଲା ଦାବି ରହିଛି, ଏକ ସ୍ଥାୟୀ ବନ୍ଧ ନିର୍ମାଣ ହେଲେ ବନ୍ୟା ଜନିତ ସମସ୍ୟାର ସମାଧାନ ହୋଇପାରିବ। ଏହାରି ମଧ୍ୟରେ ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ  ମିଳିଛି ବେଗୁନିଆ ଅଞ୍ଚଳରେ। ଏକ  ୧୦ ବର୍ଷ କୁନି ପୁଅ ନିଜ କୋମଳ  କଣ୍ଠରେ ନିଜ ଅଞ୍ଚଳର ଦୁର୍ଦ୍ଦଶା ହରଣ ପାଇଁ ଭଗବାନଙ୍କ ନିକଟରେ ଗୁହାରୀ କରୁଛି । କୋମଳ କଣ୍ଠରେ  ଗୀତ ଗାଇ ଚାଲିଛି।  ତାର ପ୍ରାର୍ଥନା କେବଳ ସମସ୍ତେ ଏହି ବନ୍ୟା ଦୁର୍ଦ୍ଦଶାର ମୁକ୍ତି ପାଆନ୍ତୁ । ସରକାରୀ କର୍ମଚାରୀ ପାଖରେ ମୁଣ୍ଡ ପିଟିଲେ ବି କେହି ଗୁହାରୀ ଶୁଣୁନାହାନ୍ତି । କିନ୍ତୁ ଅନ୍ତତଃ ପକ୍ଷେ  ଭଗବାନଙ୍କ ନିକଟରେ ଗୁହାରୀ କଲେ  କାଳେ ବନ୍ୟା ପାଣି ନିଷ୍କାସିତ ହୋଇ ଯିବ  ଏହି ଭାବନା ରଖି ଶିଶୁଟି ନିଜ ଦୁଃଖ ଜଣାଇଚାଲିଛି ।

Leave A Reply

Your email address will not be published.