ଜନ୍ମରୁ ଅଜଣା ରୋଗରେ ପୀଡିତ ୧୦ ବର୍ଷର ଗୀତାଂଶୁ ତାଣ୍ଡି, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଜନ୍ମ ହେଲାରୁ ପରିବାର ଲୋକେ ଖୁସି ହୋଇଥିଲେ ଘରର ବଡ ପୁଅ ଜନ୍ମ ହୋଇଛି । ପୁଅ ବଡ ହୋଇ ବାପା ମା’ ର ସାହାରା ହେବ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ଏକ ଅଜଣା ରୋଗ ହେବାରୁ ଜନ୍ମର ମାସକ ପରେ ଆଉ ତାଙ୍କର ମୁଣ୍ଡ କାମ କଲାନି । ଏବେ ସେ ଅଜଣା ରୋଗରେ ପିଡିତ । ଅର୍ଥ ସାଜିଛି ବାଧକ ହେତୁ ଏବେ ସେ ଭାଗ୍ୟକୁ ଆସରି ଘରେ କଷ୍ଟରେ ପଡିଛନ୍ତି ୧୦ ବର୍ଷ ର ଗୀତାଂଶୁ ତାଣ୍ଡି । ଅଭାବି ପରିବାର ଚଳିବା ମୁସକିଲ ଏଭଳି ପରିସ୍ଥିତିରେ ଅଜଣା ରୋଗରେ ପୀଡିତ । ଘରେ ଯାହା କିଛି ଥିଲା ସବୁ ବିକ୍ରି କରି ନିଜର ବଡ ପୁଅର ଚିକିତ୍ସା କରାଇଲେ ନୃପ ତାଣ୍ଡି । ହେଲେ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିଲାନି ବଂର ଧିରେ ଧିରେ ତାଙ୍କ ରୋଗ ବଢିବାରେ ଲାଗିଲା । ଏବେ ଅର୍ଥ ସାଜିଛି ବାଧକ ।

ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କରୁଆମୁଣ୍ଡା ପଞ୍ଚାୟତର କୁଲିଆଦୋରୋ ଗାଁର ଗୀତାଂଶୁ ତାଣ୍ଡି । ବୟସ ମାତ୍ର ୧୦, ଜନ୍ମ ହେଲା ପରେ ନୃପ ତାଣ୍ଡି ଓ ସ୍ତ୍ରୀ ଦୀପାଲି ତାଣ୍ଡି ବହୁତ ଖୁସି ଥିଲେ ହେଲେ ଏହି ଖୁସି ବେଶି ଦିନ ରହିଲାନି ଅଜଣା ରୋଗ ହେବାରୁ ଗୀତାଂଶୁକୁ ଅନେକ ଜାଗାକୁ ନେଇଥିଲେ କିକିତ୍ସା ପାଇଁ ହେଲେ ତାଙ୍କ ଅବସ୍ଥା ଧୀରେ ଧୀରେ ଖରାପ ହେବାକୁ ବସୁଛି । ନିଜ କାମ କିଛି କରି ପାରୁନଥିବା ବେଳେ କିଛି ଜାଣି ବୁଝି ପାରନ୍ତି ନାହିଁ ଖଟରେ ପଡି ପଡି ଜୀବନ ବିତୁଛି । ଏବେ ତାଙ୍କ ଅବସ୍ଥା ଧିରେ ଧିରେ କ୍ଷଣ ହେବାକୁ ଲାଗୁଛି ।

ଗୀତାଂଶୁଙ୍କ ପରିବାର କହିଲେ ବାପା ମା ଓ ଛୋଟ ଛୋଟ ୨ ଭାଇ । ଘରର ବଡ ପୁଅ ଏଭଳି ଅବସ୍ଥା ଦେଖି ଅନେକ ଚିକିତ୍ସା ପରେ ମଧ୍ୟ ଗୀତାଂଶୁ ଅବସ୍ଥା ଠିକ ହୋଇପାରୁନି । ଏବେ ଗୀତାଂଶୁଙ୍କ ଅବସ୍ଥା ଏପରି ହେବା ପରେ ପରିବାର ଚଳିବା କଷ୍ଟକର ହୋଇପଡ଼ିଛି । ଯାହା କିଛି ଥିଲା ସବୁ ବିକ୍ରି କରି ଗୀତାଂଶୁ ଚିକିତ୍ସା କରାଇଲେ ଏବେ ଆଉ ସମ୍ବଳ ନାହିଁ ଅପେକ୍ଷା କରିଛନ୍ତି ସରକାରୀ ସାହାଯ୍ୟକୁ । ଅତ୍ୟନ୍ତ ଗରିବ ପଦ୍ମନକୁ କୌଣସି ବଡ ଡାକ୍ତରଖାନାରେ ଚିକିତ୍ସା କରାଗଲା ଏବଂ କିଛି ସରକାରୀ ସାହାଯ୍ୟ ମିଳିଲେ ସେ ଠିକ ହେବେ ବୋଲି ପରିବାର ଲୋକେ ଆଶା ରଖିଛନ୍ତି । ଏବେ ଦେଖିବାକୁ ବାକିରହିଲା ପ୍ରଶାସନ କେବେ ଗୀତାଂଶୁଙ୍କ ଦୁଃଖ ଶୁଣୁଛି। ଏ ନେଇ ଆମେ ତୁରେକେଲା ବିଡିଓ କହିଛନ୍ତି ଗୀତାଂଶୁଙ୍କ ବିଷୟରେ ଜାଣି ନଥିଲେ ଗଣମାଧ୍ୟମଙ୍କଠାରୁ ଜାଣିଲେ ସେ ନିଜେ ଘରକୁ ଯାଇ କିଭଳି ସରକାରୀ ସାହାଯ୍ୟ ମିଳିପାରିବ ସେ ଚେଷ୍ଟା କରିବେ ବୋଲି କହିଛନ୍ତି ।

ଯଦି କେହି ସହୃଦୟ ବ୍ୟକ୍ତି ଗୀତାଂଶୁଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତାହେଲେ ଏହି ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି l ଆପଣଙ୍କ ଏହି ଛୋଟ ପ୍ରୟାସ ମାଧ୍ୟମରେ ଜଣକ ଜୀବନ ରକ୍ଷା ହୋଇପାରିବ ।
ଦୀପାଲି ତାଣ୍ଡି
AC NO – 35255232793
IFSC CODE NO- SBIN00001724
ଗାଁ- କୁଲିଆଡୋରୋ
ପୋଷ୍ଟ – ଖଗସା
ବ୍ଲକ – ତୁରେକେଲା

Also read:ଘରେ ଶୋଇଥିବା ମହିଳାଙ୍କୁ ପଥରରେ ଛେଚି ହତ୍ୟା, ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ପୁଲିସର ତଦନ୍ତ