ଜଗତସିଂହପୁର: ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଜଗତସିଂହପୁର ଜିଲ୍ଲା ସ୍ୱତନ୍ତ୍ର ପୋକସୋ କୋର୍ଟ ଏହି ରାୟ ଶୁଣାଇଛନ୍ତି। ବିରିଡି ଥାନା ଅଞ୍ଚଳର ୨୦୧୫ ମସିହାର ଏକ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଆସାମୀ ମାନଷ ରଞ୍ଜନ ମଲ୍ଲିକଙ୍କ ବିଚାର କରି ଆସାମୀ ଜଣଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ୨୦ ହଜାର ତାଙ୍କ ଜରିମାନା କରିଛନ୍ତି

ଜଗତସିଂହପୁର(କେନ୍ୟୁଜ୍):  ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ। ଜଗତସିଂହପୁର ଜିଲ୍ଲା ସ୍ୱତନ୍ତ୍ର ପୋକସୋ କୋର୍ଟ ଏହି ରାୟ ଶୁଣାଇଛନ୍ତି। ବିରିଡି ଥାନା ଅଞ୍ଚଳର ୨୦୧୫ ମସିହାର ଏକ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଆସାମୀ ମାନଷ ରଞ୍ଜନ ମଲ୍ଲିକଙ୍କ ବିଚାର କରି ଆସାମୀ ଜଣଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ୨୦ ହଜାର ତାଙ୍କ ଜରିମାନା କରିଛନ୍ତି। ଜୋରିମାନା ଅନାଦେୟ ଆହୁରି ୬ ମାସ କାରାଦଣ୍ଡ ଦେଇଛନ୍ତି। ୨୦୧୫ମସିହାରେ ବିରିଡି  ଥାନା ଅଞ୍ଚଳରେ ଜଣେ ୧୨ ବର୍ଷୀୟା ନାବାଳିକାକୁ ଫୋଟୋ ଭାଇରଲ କରିଦେବା କହି ବାରମ୍ବାର ଦୁଷ୍କର୍ମ କରିଥିଲା।

ଏଥିନେଇ ପୀଡିତାର ଏଫ ଆଇଆରରେ ପୋଲିସ ପକ୍ଷରୁ ୪୧ /୧୫ରେ ବିରିଡି ଥାନାରେ ଏକକେସ୍ ରୁଜୁ କରି କୋର୍ଟ ଚାଲାଣ ହୋଇଥିଲା। ଏହି ଘଟଣାରେ ବିଚାର ଚାଲିଥିଲା। ୧୩ ଜଣ ସାକ୍ଷୀ ମାନଙ୍କ ସାକ୍ଷ୍ୟକୁ ଆଧାର କରି ଆଜି ଶୁଣାଣି କରାଯାଇ ଆସାମୀକୁ ଦଣ୍ଡିତ କରାଯାଇଛି ଏଥିସହ ପୀଡିତାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆଇନସେବା ପ୍ରାଧିକରଣକୁ  ନିର୍ଦେଶ ଦିଆଯାଇଛି।  ଏହି କେସରେ ସ୍ୱତନ୍ତ୍ର ସରକାରୀ ଓକିଲ ଭାବେ ଦୋଳ ଗୋବିନ୍ଦ ଦାସ ପରିଚାଳନା କରିଥିଲେ।