ପରିବେଶ ସୁରକ୍ଷା ପାଇଁ ୫ ହଜାର କିଲୋମିଟର ବାଇକ୍ ଯାତ୍ରା, ଦେଲେ ସଚେତନତାର ବାର୍ତ୍ତା

ସୋନପୁର : ପରିବେଶ ସୁରକ୍ଷା ପାଇଁ ସାଢ଼େ ୫ ହଜାର କିଲୋମିଟର ବାଇକ୍ ଯାତ୍ରା । ପରିବେଶ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଦୀର୍ଘ ବାଇକ୍ ଯାତ୍ରା କରିଛନ୍ତି ୧୦ ଜଣ ଯୁବକ । ପରିବେଶ ସୁରକ୍ଷାର ସଚେତନତା ବାର୍ତ୍ତା ନେଇ ସୋନପୁରରୁ ଲଦାଖକୁ ୫ ହଜାର ୭୦୦ କିମିର ବାଇକ୍ ଯାତ୍ରା କରିଛନ୍ତି ।
ସୋନପୁର ସୁରେଶ୍ବରୀ ମନ୍ଦିରରୁ ସୋନପୁରର ୧୦ ଜଣ ଯୁବକ ୧୮ ଦିନରେ ଏହି ଦୀର୍ଘ ଯାତ୍ରା କରି ସୋନପୁରକୁ ଫେରି ଆସିଛନ୍ତି । ଗତ ଦୁଇବର୍ଷ ହେଲା ଏହି ୧୦ ଜଣ ଯୁବକ ଦେଶର ବିଭିନ୍ନ ସ୍ଥାନକୁ ବାଇକ ଯାତ୍ରାକରି ଲୋକଙ୍କୁ ପରିବେଶ ସୁରକ୍ଷା ସହ ସୁରକ୍ଷିତ ବାଇକ ଚାଳନା ନେଇ ସଚେତନତାର ବାର୍ତ୍ତା ଦେଉଥିବା କହିଛନ୍ତି ।