ରାଜ୍ୟର ତିନି ମେଡିକାଲ କଲେଜରେ ବଢ଼ିଲା ଏମବିବିଏସ ସିଟ୍‌

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟର ତିନି ମେଡିକାଲ କଲେଜରେ ବଢ଼ିଲା ଏମବିବିଏସ ସିଟ୍‌ । ମୋଟ ଶହେଟି ସିଟ୍‌ ବଢ଼ିଛି । ବୁର୍ଲା ଭିମସାରରେ ୫୦ଟି ଏମବିଏସ ସିଟ୍‌ ବୃଦ୍ଧି ପାଇଛି । ଫଳରେ ଭିମସାରରେ ଏମବିବିଏସ ସିଟ୍‌ ୧୫୦ରୁ ବୃଦ୍ଧି ପାଇ ୨୦୦ ହୋଇଛି । ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ୨୫ ସିଟ୍‌ ବୃଦ୍ଧି ପାଇଛି । ଏଠାରେ ଏମବିବିଏସ ସିଟ୍‌ ୧୦୦ଟି ଥିବା ବେଳେ ୧୨୫ ହୋଇଛି । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ ମେଡିକାଲ କଲେଜରେ ୨୫ ସିଟ୍‌ ବୃଦ୍ଧି ପାଇଛି । ଏଠାରେ ୧୦୦ଟି ଏମବିବିଏସ ସିଟ ଥିବା ବେଳେ ତାହା ୧୨୫କୁ ବଢ଼ିଛି । ରାଜ୍ୟରେ ମେଡିକାଲ ପାଠ୍ୟକ୍ରମରେ ସାଧାରଣ ବର୍ଗର ଆର୍ଥିକ ଅନଗ୍ରସର ବର୍ଗ-ଇଡବ୍ଲୁଏସଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ନେଇ ମେଡିକାଲ ସିଟ ବୃଦ୍ଧିର ଆବଶ୍ୟକ ରହିଛି । ଏଥିପାଇଁ ଏମବିସିଏସରେ୍‌ ୧୫୦ ସିଟ ଓ ପିଜି ପାଠ୍ୟକ୍ରମରେ ୧୪୮ଟି ସିଟ୍‌ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଥିଲେ ସରକାର। ଏନେଇ ମେଡିକାଲ୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ ବା ଏମସିଆଇକୁ ସୁପାରିଶ କରାଯାଇଥିଲା । ଏହାପରେ ଏମସିଆଇ ରାଜ୍ୟର ତିନିଟି ମେଡିକାଲ କଲେଜରେ ମୋଟ ଶହେଟି ଏମବିବିଏସ ସିଟ୍‌ ବୃଦ୍ଧି ପାଇଁ ଅନୁମତି ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.