ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷାଫଳ, ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି କଲରାବାଙ୍କ ହାଇସ୍କୁଲ ଛାତ୍ରଛାତ୍ରୀ

କଟକ : ଚଳିତବର୍ଷ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ କଟକ ଜିଲ୍ଲା କଲରାବାଙ୍କ ହାଇସ୍କୁଲ ଛାତ୍ରଛାତ୍ରୀ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । ଚଳିତବର୍ଷ ସ୍କୁଲର ମୋଟ ୧୨୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କୁ ମଧ୍ୟରୁ ୮୧ଜଣ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । କଲରାବାଙ୍କ ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ଦୀର୍ଘ ୧୩ ବର୍ଷ ଧରି ମାଟ୍ରିକ୍‌ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରି ଆସୁଛନ୍ତି । ସ୍କୁଲର ଏହି ସଫଳତାରେ ଆନନ୍ଦ ପ୍ରକାଶ କରି ପ୍ରତିଷ୍ଠାତା ଡକ୍ଟର ସାମନ୍ତ ସମସ୍ତ ଓ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଧାନଶିକ୍ଷକଙ୍କ ସମେତ ଅନ୍ୟ ସମସ୍ତ ସହକାରୀ ଶିକ୍ଷକ, ଶିକ୍ଷୟତ୍ରୀ, ଓ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଡକ୍ଟର ସାମନ୍ତ କହିଛନ୍ତି, କଲରାବାଙ୍କ ହାଇସ୍କୁଲ ଏକ ଗ୍ରାମାଞ୍ଚଳ ସ୍କୁଲ ହୋଇଥିଲେ ମଧ୍ୟ ଗୁଣାତ୍ମକ ଶିକ୍ଷା, ଛାତ୍ରଛାତ୍ରୀଙ୍କ ଉପଯୁକ୍ତ ଯତ୍ନ, ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମୟପଯୋଗୀ ମାର୍ଗ ଦର୍ଶନ ସେମାନଙ୍କୁ ଲଗାତାର ଭାବେ ଦୀର୍ଘ ୧୩ ବର୍ଷ ଧରି ଏହି ସଫଳତା ଆଣି ଦେଇଛନ୍ତି । ସ୍କୁଲର ନିର୍ଦ୍ଦେଶିକା ଡ.ଇତି ସାମନ୍ତ ମଧ୍ୟ କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି । ସୂଚନାଯୋଗ୍ୟ, ଏହି ଅବାସିକ ସ୍କୁଲରେ ଓଡ଼ିଶାର ୨୨ଟି ଜିଲ୍ଲାରୁ ଛାତ୍ରଛାତ୍ରୀ ହଷ୍ଟେଲରେ ରହି ପାଠ ପଢୁଛନ୍ତି । ସ୍କୁଲ କର୍ତ୍ତୁପକ୍ଷ ମଧ୍ୟ ନିର୍ଦ୍ଦେଶିକା ଡ. ଇତି ସାମନ୍ତ ଓ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସେମାନଙ୍କ ସମୟପଯୋଗୀ ପରାମର୍ଶ ପାଇଁ କୃତଜ୍ଞତା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.