ଖୁବଶୀଘ୍ର ଗୃହ ବିଭାଗରେ ପୂରଣ ହେବ ୧୦ ହଜାର ଓ ଗୃହରକ୍ଷୀଙ୍କ ୫ ହଜାର ପଦବୀ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଥିବା ଚାକିରି ଆଶାୟୀଙ୍କ ପାଇଁ ବଡ ଖବର । ଖୁବଶୀଘ୍ର ଗୃହ ବିଭାଗରେ ପୂରଣ ହେବ ୧୦ ହଜାର ପଦବୀ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣମାଝୀ କହିଛନ୍ତି କି, ଗୃହ ବିଭାଗରେ ଖୁବଶୀଘ୍ର ନିଯୁକ୍ତି ଦିଆଯିବ । କେବଳ ଗୃହ ବିଭାଗରେ ୧୦ ହଜାର ପଦବୀ ପୂରଣ ହେବ ।  ଏଥିରେ କିଛି ଖାଲି ପଦବୀ ହୋଇଥିବା ବେଳେ କିଛି ନୂଆ ପଦବୀ ରହିବ ।

ସେହିପରି ୫ ହଜାର ଗୃହରକ୍ଷୀ ପଦବୀ ପୂରଣ ହେବ ।  ଏହି ପଦବୀ ଆଗରୁ ୨,୪୧୬ ରହିଥିଲା । ଏହାକୁ ମାଝୀ ସରକାର ୫ ହଜାରକୁ ବୃଦ୍ଧି କରିବାକୁ ଯାଉଛନ୍ତି ।  ଏଥିସହ ଗୃହରକ୍ଷୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ଲକ୍ଷ୍ୟରେ ସେମାନଙ୍କ ସହାୟତା ରାଶିକୁ ସରକାର ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି ।  ଏହି ପଦବୀ ଗୁଡିକୁ ତୁରନ୍ତ ହିଁ ପୂରଣ କରିବାକୁ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।