ଆଜି ଗୋଟିଏ ଦିନରେ ୧୦୧ ନୂଆ ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ପଜିଟିଭ୍‌ଙ୍କ ସଂଖ୍ୟା ୫୩୮କୁ ବୃଦ୍ଧି

ଭୁବନେଶ୍ବର: ଗୋଟିଏ ଦିନରେ ୧୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ୧୦୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରେ ୫୨ ଓ ବାଲେଶ୍ୱରରେ ୩୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାଜପୁର, ସୁନ୍ଦରଗଡରେ ୭ ଏବଂ କେନ୍ଦୁଝରରେ ୨ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ପଜିଟିଭ୍‌ଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ମୋଟ ସଂଖ୍ୟା ୫୩୮ରେ ପହଞ୍ଚିଛି।

ଗଞ୍ଜାମରେ ପଜିଟିଭ୍‌ଙ୍କ ସଂଖ୍ୟା ୨୧୦ରେ ପହଞ୍ଚିଛି। ବାଲେଶ୍ୱରରେ ୯୦, ଯାଜପୁରରେ ୭୧ ଓ ସୁନ୍ଦରଗଡ଼ରେ ୨୩ ପଜିଟିଭ୍‌ ଅଛନ୍ତି। ରାଜ୍ୟରେ ୧୧୬ ଜଣ ଆରୋଗ୍ୟ ଲାଭ କଲେଣି । ଆକ୍ଟିଭ୍‌ କେସ୍‌ ରହିଛି ୪୧୯ । କରୋନା ରାଜ୍ୟରେ ନେଇଛି ୩ ଜଣଙ୍କ ଜୀବନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.