ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମାଇଲ ଖୁଣ୍ଟ, ରାଜ୍ୟରେ ଗୋଟିଏ ଦିନରେ ନିଯୁକ୍ତ ହେଲେ ୧୦୩୮ ନୂଆ ଡାକ୍ତର

କେନ୍ୟୁଜ୍(ବ୍ୟୁରୋ): ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମାଇଲ ଖୁଣ୍ଟ । ରାଜ୍ୟରେ ଗୋଟିଏ ଦିନରେ ୧୦୩୮ ନୂଆ ଡାକ୍ତର ନିଯୁକ୍ତ । ଓପିଏସସି ଜରିଆରେ ଏସବୁ ଡାକ୍ତରଙ୍କୁ ଚୟନ ହୋଇଛନ୍ତି । ୧୦୩୮ ଜଣ ଡାକ୍ତର ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି । ଲୋକସେବା ଭବନ କନଭେନସନ ସେଣ୍ଟରରେ ଅନୁଷ୍ଠିତ ନବ ନିଯୁକ୍ତ ଡାକ୍ତରଙ୍କ ଟ୍ରେନିଂ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଆଜିର ଦିନକୁ ଐତିହାସିକ ବୋଲି କହିଥିଲେ । ଲୋକଙ୍କ ସେବାକୁ ନିଜର ଧର୍ମ ଭାବରେ ବିଚାର କରି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଡାକ୍ତରଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, 5T ସଚିବ ଭି.କେ. ପାଣ୍ଡିଆନ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ପ୍ରମୁଖ ଉପସ୍ଥିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.