୧୦୬ଜଣ ପାଇବେ ପଦ୍ମ ପୁରସ୍କାର: ୬ଜଣଙ୍କୁ ପଦ୍ମ-ବିଭୂଷଣ, ୯ଜଣଙ୍କୁ ପଦ୍ମ-ଭୂଷଣ ଓ ୯୧ଜଣଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର

ଭୁବନେଶ୍ୱର (କେନ୍ୟୁଜ): ୧୦୬ ଜଣଙ୍କୁ ୨୦୨୩ ପାଇଁ ମିଳିବ ପଦ୍ମ ପୁରସ୍କାର। ଏଥିରେ ୬ ଜଣ ପଦ୍ମ ବିଭୂଷଣ ସମ୍ମାନ ପାଇବେ। ବାଳକୃଷ୍ଣ ଦୋଶୀ, ଦିଲ୍ଲୀପ ମହାଲନବିସ୍‌ ଓ ମୁଲାୟମ ସିଂହ ଯାଦବଙ୍କୁ ମରୋଣତ୍ତର ଭାବେ ପ୍ରଦାନ କରାଯିବ ପଦ୍ମ ବିଭୂଷଣ ସମ୍ମାନ। ଏହାସହ କଳା କ୍ଷେତ୍ରରେ ଜାକିର ହୁସେନ ଓ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ ଏମ୍‌ କ୍ରିଷ୍ଣାଙ୍କୁ ପ୍ରଦାନ କାରଯିବ ପଦ୍ମ ବିଭୂଷଣ ସମ୍ମାନ। ୯ ଜଣଙ୍କୁ ପଦ୍ମ ଭୂଷଣ ଓ ୯୧ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ସମ୍ମାନରେ ସମ୍ମାନୀତ କରାଯିବ।

କଳା, ସାହିତ୍ୟ, ସମାଜସେବା, ସଂଗୀତ, କ୍ରୀଡା, କୃଷି, ଶିକ୍ଷା, ଚିକିତ୍ସା ଓ ଅଧାତ୍ମିକ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ୯୧ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ ।ସେମାନଙ୍କ ମଧ୍ୟରେ ରହିଛନ୍ତି ୪ଜଣ ଓଡିଆ । ଓଡିଶାର ଅନ୍ତଯ୍ୟାମି ମିଶ୍ର, ମାଗୁଣି ଚରଣ କୁଅଁର, କ୍ରିଷ୍ଣା ପଟେଲ ଓ ପଟ୍ଟାୟତ ସାହୁ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି । ସେଥିରେ ପ୍ରମୁଖ ଅଛନ୍ତି RRRର ସଙ୍ଗୀତ ନିର୍ଦ୍ଦେଶକ ଏମ ଏମ୍‌ କିରବାନୀ, କଳା କ୍ଷେତ୍ରରେ ରବୀନ ରବି ଟଣ୍ଡନ।

Leave A Reply

Your email address will not be published.