ଆଜି ବି ୧୦ ହଜାର ପାର କରିଛି କରୋନା ସଂକ୍ରମଣ କେସ୍, ୧୯ ଜଣଙ୍କର ଗଲା ଜୀବନ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ସାମାନ୍ୟ କମୁଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧୦ହଜାର ୬୩୫ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଉ ୧୯ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୬୪ ଆକ୍ରାନ୍ତ ରହିଛନ୍ତି। ସୁନ୍ଦରଗଡ଼ରୁ ୯୪୩, କଟକରୁ ୮୮୭, ସମ୍ବଲପୁରରୁ ୬୪୧ ଓ ଅନୁଗୁଳରୁ ୫୫୯ ନୂଆ କେସ୍‌ ରହିଛି। କଳାହାଣ୍ଡିରୁ ୪୬୯, ଝାରସୁଗୁଡ଼ାରୁ ୪୫୬ , ବରଗଡ଼ରୁ ୪୪୩, ପୁରୀରୁ ୪୩୪ ଓ ନବରଙ୍ଗପୁରରୁ ୩୩୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ପଜିଟିଭ୍‌ ୫ଲକ୍ଷ ୩୪ହଜାର ୮୪୨କୁ ବୃଦ୍ଧି ପାଇଛି।

ଆକ୍ଟିଭ୍‌ କେସ୍‌ ୯୩ହଜାର ୨୮୭ ଥିବାବେଳେ ସୁସ୍ଥ ହୋଇଛନ୍ତି ୪ଲକ୍ଷ ୩୯ହଜାର ୩୨୨।  ସବୁଠୁ ଆଶ୍ୱସ୍ତିର ବିଷୟ ହେଉଛି, ଗତ ୪୮ ଘଣ୍ଟାରେ ୨ ପ୍ରତିଶତ ଖସିଛି ପଜିଟିଭିଟି ସଂଖ୍ୟା । ଆଜି ପଜିଟିଭିଟି ରେଟ୍‌ ରହିଛି ୨୧.୮୧ ପ୍ରତିଶତ । ଗତକାଲି ପଜିଟିଭିଟି ହାର ଥିଲା ୨୩.୨୧ ପ୍ରତିଶତ । ସେହିଭଳି ଖୋର୍ଦ୍ଧା, ସୁନ୍ଦରଗଡ଼ ଓ କଟକ ରାଜ୍ୟର ହଟସ୍ପଟ ଜିଲ୍ଲା । ଏହି ତିନି ଜିଲ୍ଲାରେ ମୋଟ ୩ ହଜାର ୩୯୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ରାଜ୍ୟର ମୋଟ ପଜିଟିଭର ୩୨ ପ୍ରତିଶତ ।

Leave A Reply

Your email address will not be published.