୧୦୮ ଆମ୍ବୁଲାନ୍ସ ଗାଡି ଦୁର୍ଘଟଣାଗ୍ରସ୍ତ : ପ୍ରସୂତୀଙ୍କ ସହ ଆଶାକର୍ମୀ ଓ ଆମ୍ବୁଲାନ୍ସ ଡ୍ରାଇଭର ଆହତ

ଉମରକୋଟ (କେନ୍ୟୁଜ୍): ଭାରସାମ୍ୟ ହରାଇ ୧୦୮ ଆମ୍ବୁଲାନ୍ସ ଗାଡି ଦୁର୍ଘଟଣାଗ୍ରସ୍ତ। ଜଣେ ପ୍ରସୂତୀଙ୍କ ସହ ଆଶାକର୍ମୀ ଓ ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଛନ୍ତି। ଉମରକୋଟ ଗବାଗୁଡା ନିକଟରେ ଏହି ଦୁର୍ଘଟଣା ଘଟିଛି। ଗତକାଲି ରାତିରେ ୧୦୮ ଆମ୍ବୁଲାନ୍ସ ଝରିଗାଁ ବ୍ଲକ ଚଚ୍ଚା ଗାଁର ପ୍ରସୂତୀ ଲକ୍ଷ୍ମୀ ଜାନିଙ୍କୁ ନେଇ ଯାଉଥିଲା। ତେବେ ଗବାଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଏକ କଲଭର୍ଟ ସାଇଡ୍ ୱାଲ୍ ଉପରେ ଚଢି ଯାଇଥିଲା। ଆହତ ମାନଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ଆଶାକର୍ମୀ ଓ ପ୍ରସୂତୀଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

You might also like