ବଲାଙ୍ଗିର: ରାତି ତମାମ ୧୦୮ ଆମ୍ବୁଲାନ୍ସକୁ ଷ୍ଟାଟରେ ରଖି ଏସିରେ ଶୋଇଥିଲେ ଡ୍ରାଇଭର, ପଚାରିବାରୁ କହିଲେ ନିତିଦିନ ଏମିତି କରୁ

ବଲାଙ୍ଗିର: ଆମେ ସବୁ ଦିନ ଏମିତି ଶୋଇଥାଉ, ତେଲ କିଏ ଦିଏ ନା ମାଲିକ । ଏମିତି ଉତ୍ତର ଆସିଲା ୧୦୮ ଆମ୍ବୁଲାନ୍ସ ଚଲାଉଥିବା ଜଣେ ଡ୍ରାଇଭରଙ୍କ ଠାରୁ । ଯିଏ ରାତି ତମାମ୍ ଗାଡିକୁ ଷ୍ଟାଟରେ ରଖି ଏସି ଲଗାଇ ନିଜର ସହଯୋଗୀଙ୍କ ସହିତ ଶୋଇଥିଲେ । ନା ଥିଲା କାହାକୁ ଡର ନାଥିଲା ମାନବିକତା । ଖୁଲମଖୁଲା କରାଯାଉଥିଲା ସରକାରୀ ଅର୍ଥକୁ ଚଳୁ।

ନିକଟରେ ବାରିପଦାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ରୋଗୀକୁ ନେଇ ଯାଉଥିବା ସମୟରେ ଆମ୍ବୁଲାନ୍ସରୁ ଅଧା ବାଟରେ ତେଲ ସରିଯିବାରୁ ଉକ୍ତ ରୋଗୀଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ଜଣାପଡୁଛି କେମିତି ଚାଲିଛି ସ୍ୱାସ୍ଥ୍ୟସେବା। ଆଉ ସରକାରଙ୍କର ଯୋଜନାର କିଏ ଉଠାଉଛି ଲାଭ । ଅପରପକ୍ଷେ ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ସରକାର ଏନେଇ କି ପଦକ୍ଷପ ନେଉଛନ୍ତି ତା ଦେଖିବାକୁ ବାକି ରହିଲା ।

ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ସହରରେ। ବର୍ତ୍ତମାନ ୫ଟି ସଚିବ ଏବଂ ଅନୁଧ୍ୟାନକାରୀ ଦଳଙ୍କର ଚାଲିଛି ତୁହାକୁ ତୁହା ବିଭିନ୍ନ ଜିଲ୍ଲାରେ ସମୀକ୍ଷା । ଏହା ଭିତରେ ଏହି ଘଟଣା ଏବେ ୫ଟି କୁ ଖୋଲାଖୋଲି ଭାବେ ଚାଲେଞ୍ଜ କରିଛି । ଘଟଣାଟି ହେଉଛି ବଲାଙ୍ଗିର ମୁଖ୍ୟ ଚିକିତ୍ସାଳର । ଯାହା କିଛି ଦିନ ତଳେ ଭିମଭୋଇ ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲ୍ ର ମାନ୍ୟତା ପାଇଛି । ଯାହା ସହରର ଏକ ମୁଖ୍ୟ ସ୍ଥାନ ଏବଂ ଯେଉଁଠି ପ୍ରତିଦିନ ରୋଗୀଙ୍କ ଭିଡ ଜମିଥାଏ ।

hospitalଗତ ୧୩ ତାରିଖର ଘଟଣା । ରାତି ପ୍ରାୟ ୧୧.୩୦ ସମୟରେ ଆତ୍ମିୟଙ୍କ ମୃତ୍ୟୁ ଖବର ଶୁଣି ହସ୍ପିଟାଲରେ ପହଁଚିଥିଲେ ବାଦଲ ନନ୍ଦ ଏବଂ ସାମ୍ବାଦିକ ଗୋପାଳ ପ୍ରଧାନ । ଉଭୟ ହସ୍ପିଟାଲରେ ପହଁଚି ନିଜ କାମ ସାରିବା ପରେ ହସ୍ପିଟାଲ ବାହାରକୁ ଆସିଥିଲେ । ସେହି ସମୟରେ ହଠାତ୍ ସେମାନଙ୍କ ନଜର ପଡିଥିଲା ଷ୍ଟାଟ୍ ଅବସ୍ଥାରେ ଦୀର୍ଘ ସମୟ ଧରି ଠିଆ ହୋଇରହିଥିବା ଏକ ଆମ୍ବୁଲାନ୍ସ ଉପରେ । ତାପରେ ସେମାନେ ଆମ୍ବୁଲାନ୍ସ ନିକଟକୁ ଯାଇ ଦେଖିବାବେଳକୁ ଡ୍ରାଇଭର ଏବଂ ତାଙ୍କ ସହଯୋଗୀ ଶୋଇଛନ୍ତି । ଏହାପରେ ସେମାନେ ଡ୍ରାଇଭରଙ୍କୁ ଉଠାଇ ଗାଡି ଷ୍ଟାଟ କରି କାହିଁକି ଶୋଇଛ ବୋଲି ପ୍ରଶ୍ନ କରିଥିଲେ ଯାହାର ଉତ୍ତରରେ ଡ୍ରାଇଭର ଜଣଙ୍କ କହିଥିଲେ ଆମେ ସବୁ ଦିନ ଏପରି ଶୋଉ । ଏହାପରେ ଡ୍ରାଇଭର ଜଣଙ୍କୁ ଉଭୟ ବ୍ୟକ୍ତି ପଚାଇଥିଲେ କି ତେଲ କିଏ ଦେଉଛି? ଏହାର ଉତ୍ତରରେ ଡ୍ରାଇଭର ଜଣଙ୍କ କହିଥିଲେ ଆମ ମାଲିକ ଦେଉଛି ।

ଏହାସହ ପଢନ୍ତୁ:

5Tରେ ହେବ ସରକାରୀ ବାବୁଙ୍କ ମୂଲ୍ୟାଙ୍କନ, ରାଜ୍ୟ ସରକାର କଲେ ଘୋଷଣା

ତେବେ ଏଠାରେ ମାଲିକ କିଏ ଆମେ ସମସ୍ତେ ଜାଣିଛେ। ୧୦୮ ଆମ୍ବୁଲାନ୍ସ ତ ଓଡିଶା ସରକାରଙ୍କର । ଏ ପରିପେକ୍ଷୀରେ ସରକାର ହେଉଛନ୍ତି ଏହାର ମାଲିକ । ତେବେ ସରକାର କଣ ଏମାନଙ୍କୁ ଏସିରେ ଶୋଇବା ପାଇଁ ଆମ୍ବୁଲାନ୍ସରେ ତେଲ ପାକାଉଛନ୍ତି ? ଆଶ୍ଚର୍ଯ୍ୟର କଥା ଏତେ ଘଟଣାର ପରେ ମଧ୍ୟ ଡ୍ରାଇଭର ଜଣଙ୍କ ସେପରି ଭାବେ ଶୋଇରହିଥିଲେ ଗାଡିକୁ ଷ୍ଟାଟରେ ରଖି । ଯାହାର ଭିଡିଓ କରି ଉଭୟ ବ୍ୟକ୍ତି ମେଡିକାଲ୍ ସୁପରିଟେଣ୍ଡେଣ୍ଟ ନାରାୟଣ ଆଚାର୍ଯ୍ୟଙ୍କୁ ପଠାଇ ଅଭିଯୋଗ କରିଥିଲେ । ହେଲେ ସେଠାରେ ବି ସମାନ ଅବସ୍ଥା । ସେଠାରୁ ମଧ୍ୟ ମିଳିନାଲି କୌଣସି ପ୍ରତିକ୍ରିୟା । ଅନ୍ୟପଟେ ଘଟଣାକୁ ସପ୍ତାହେ ବିତିଯାଇଥିଲେ ବି ଆଜି ଯାଏ ନିଆଯାନାହିଁ କୌଣସି କାର୍ଯ୍ୟାନୁଷ୍ଠାନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.