ବାଲେଶ୍ୱର: ଆମ୍ବୁଲାନ୍ସ ନ ଆସିବାରୁ ବୃଦ୍ଧାଙ୍କୁ ବୋହି ନେଲେ ଏହି ସ୍ୱେଚ୍ଛାସେବୀ

ବାଲେଶ୍ୱର(କେନ୍ୟୁଜ୍): ମରିଯାଇନି ମଣିଷ ପଣିଆ । ବଞ୍ଚିଛି ମାନବକିତା । ଆମ୍ବୁଲାନସ ନ ଆସିବାରୁ ବାଲେଶ୍ୱରର ଜଣେ ବୃଦ୍ଧାଙ୍କୁ ବୋହି ନେଇ ସ୍ୱେଚ୍ଛାସେବୀ ସତ୍ୟଜିତ ମହାଳିକ ବେଶ ପ୍ରଶଂସିତ ହୋଇଛନ୍ତି । ବୃଦ୍ଧା ସବିତା ସାହୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ରେମୁଣା ମେଡିକାଲରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ହେଲେ ଆମ୍ବୁଲାନସ୍‌ ନ ଆସିବାରୁ ସ୍ୱେଚ୍ଛାସେବୀ ସତ୍ୟଜିତ ମହାଳିକ ତାଙ୍କୁ ବୋହି ନେଇ ମନ୍ଦିର ଛକ ଯାଏ ଯାଇଥିଲେ । ସେଠାରେ ସ୍ଥାନୀୟ ଯୁବକମାନେ ଚାନ୍ଦା କରି ଏକ ଅଟୋ ଯୋଗେ ବୃଦ୍ଧାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ । ଏବେ ବୃଦ୍ଧା ସୁସ୍ଥ ଥିବା ଜଣାପଡ଼ିଛି ।

You might also like