କାର୍ ସହ ମାଛକୁଣ୍ଡ ପୋଲିସ ଦ୍ବାରା ୧୦୮ କେଜି ଗଂଜେଇ ଜବତ, ରାଜସ୍ଥାନର ୩ ଗିରଫ

କୋରାପୁଟ(କେନ୍ଯୁଜ୍): କାର୍ ସହ ମାଛକୁଣ୍ଡ ପୋଲିସ ଦ୍ବାରା ୧୦୮ କେଜି ଗଂଜେଇ ଜବତ। ରାଜସ୍ଥାନକୁ କାର୍ ଯୋଗେ ଗଂଜେଇ ଚୋରା ଚାଲାଣ କରାଯାଉଥିବାବେଳେ ଟିକାପୁଟ ଛକ ଠାରେ ମାଛକୁଣ୍ଡ ପୋଲିସ ହାତରେ ଧରାପଡିଥିବା ସୂଚନା ମିଳିଛି।

ସୂଚନା ମୁତାବକ, ଏକ ଡଷ୍ଟର କାର ମଧ୍ୟରେ ଗଂଜେଇ ଚାଲାଣ କରାଯାଉଥିଲା । କାର୍ ମଧ୍ୟରୁ ୧୦୮ କିଲୋ ୬୦୦ ଗ୍ରାମ ଗଂଜେଇ ଜବତ କରାଯାଇଛି । ଅନ୍ଯପଟେ ଜବତ ଗଂଜେଇ ରାଜସ୍ଥାନକୁ ଚାଲାଣ କରାଯାଉଥିବାରୁ ଏହା ପଛରେ ଅନ୍ୟ କେଉଁମାନେ ସାମିଲ୍ ଅଛନ୍ତି ଏ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ର ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.