ଶୀତଳଷଷ୍ଠୀ ପାଇଁ ଟ୍ରେଜେରୀରୁ ବାହାରିଲା ୧୦୮ ଭରି ସୁନା ନାଗ
ସୁବର୍ଣ୍ଣପୁରରେ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । ରାଜ ରାଜୁଡା ଅମଳରୁ ଏହି ଯାତ୍ରା ପାଇଁ ସଂରକ୍ଷିତ ଥିବା ୧୦୮ ଭରି ଓଜନର ସ୍ଵର୍ଣ୍ଣ ନାଗ, ୨ଟି ସୁନା ମୁକୁଟ, ସୁନାର କଁଠିମାଳ ସହ ମହଣ ମହଣ ଓଜନର ରୂପାରେ ର୍ନିମିତ ବୃହତ ଛତି-ଛତ୍ର, ପ୍ରଭା ଓ ବିମାନ ସବୁ ଯାତ୍ରା କମିଟିକୁ ହସ୍ତାନ୍ତର କରାଯାଇଛି।
ସୁବର୍ଣ୍ଣପୁର(କେନ୍ୟୁଜ୍): ସଂସ୍କୃତିର ମାଟି ସୁବର୍ଣ୍ଣପୁର। ସୁବର୍ଣ୍ଣପୁରରେ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । ସମ୍ବଲପୁରରେ ଶିବ-ପାର୍ବତୀ ଦେବଦମ୍ପତ୍ତିଙ୍କ ଅନନ୍ୟ ପରମ୍ପରାର ପର୍ବ ‘ଶୀତଳ ଷଷ୍ଠୀ’ ପାଇଁ ଆଜି ଦେବୋତ୍ତର ବିଭାଗ ପକ୍ଷରୁ ଜିଲ୍ଲା କୋଷାଗାରର ଷ୍ଟ୍ରଙ୍ଗ ରୁମରୁ ସୁବର୍ଣ୍ଣ ଓ ରୂପାର ଆୟ ଅଳଙ୍କାର ସହ ଯାତ୍ରାରେ ବ୍ୟବହୃତ ଅନ୍ୟାନ୍ୟ ଆଭରଣ ବାହାର କରାଯାଇଛି ।
ରାଜ ରାଜୁଡା ଅମଳରୁ ଯାତ୍ରା ପାଇଁ ସଂରକ୍ଷିତ ଥିବା ୧୦୮ ଭରି ଓଜନର ସ୍ଵର୍ଣ୍ଣ ନାଗ, ୨ଟି ସୁନା ମୁକୁଟ, ସୁନାର କଁଠିମାଳ ସହ ମହଣ ମହଣ ଓଜନର ରୂପାରେ ର୍ନିମିତ ବୃହତ ଛତି-ଛତ୍ର, ପ୍ରଭା ଓ ବିମାନ ସବୁ ଯାତ୍ରା କମିଟିକୁ ହସ୍ତାନ୍ତର କରାଯାଇଛି। ସଶସ୍ତ୍ର ପୋଲିସର ହେପାଯତରେ ଏସବୁ ଆୟ ଅଳଙ୍କାର ସବୁ ଶୀତଳ ଷଷ୍ଠୀ ଯାତ୍ରାରେ ବ୍ୟବହୃତ ହେବାକୁ ଥିବାବେଳେ ବର୍ଷକୁ ଥରେ ଏହାକୁ ଶ୍ରଦ୍ଧାଳୁ ଦେଖିବାର ସୁଯୋଗ ପାଇଥାନ୍ତି । ଆସନ୍ତା ୨୪ ତାରିଖରେ ଶିବ ବିବାହର ବରଯାତ୍ରୀ ଶୋଭାଯାତ୍ରା ଏବଂ ଦେବ ଦମ୍ପତ୍ତିଙ୍କ ଫେରନ୍ତା ଯାତ୍ରାରେ ଏସବୁ ବିରଳ ଆଭରଣ ସବୁ ସାଧାରଣ ଲୋକେ ଦେଖିବାର ସୌଭାଗ୍ୟ ପାଇ ନିଜକୁ ଭାଗ୍ୟବାନ ବୋଲି ଅନୁଭବ କରିଥାନ୍ତି ।
ସୂଚନା ଥାଉକି, ଜ୍ୟୈଷ୍ଠ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ମା’ ପାର୍ବତୀ ଓ ଶିବ ଶଙ୍କରଙ୍କର ବିବାହ ଉତ୍ସବ ଏବଂ ତା’ପରଦିନ ଶୀତଳଷଷ୍ଠୀ ଯାତ୍ରା ପାଳନ କରାଯାଏ।ପୁରାଣରେ ଥିବା ତଥ୍ୟ ଅନୁଯାୟୀ ମାତା ସତୀ ଦେହତ୍ୟାଗ କରିବା ପରେ ମହାଦେବ ରୁଦ୍ର ଅବତାର ଧାରଣ କରିଥିଲେ। ପରେ ମାତା ଦ୍ୱିତୀୟ ଅବତାର ରୁପେ ପର୍ବତ ରାଜ ହିମାଳୟଙ୍କ ଘରେ କନ୍ୟା ସନ୍ତାନ ରୂପେ ଜନ୍ମ ନେଇଥିଲେ।
ଜ୍ୟୈଷ୍ଠ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ଦିନ ଶିବ ଓ ମାତା ପାର୍ବତୀଙ୍କ ପୁନଃମିଳନ ହୁଏ । ମହାଦେବ ମାତା ପାର୍ବତୀଙ୍କୁ ପାଇବା ପରେ ରୁଦ୍ର ରୂପ ତ୍ୟାଗ କରି ହୋଇଯାନ୍ତି ଶାନ୍ତ ଶୀତଳ । ଦେବଦମ୍ପତିଙ୍କ ଏହି ମହାମିଳନକୁ ଶୀତଳଷଷ୍ଠୀ ଭାବେ ପାଳନ କରାଯାଏ । ଏହିଦିନ ଦେବ ଦେବ ମହାଦେବଙ୍କ ସହ ମାତା ପାର୍ବତୀଙ୍କ ଅଲୌକିକ ବିବାହ ଉତ୍ସବ ପ୍ରାୟ ସମସ୍ତ ଶିବ ମନ୍ଦିରରେ ପାଳନ କରାଯାଉତିବାବେଳେ ସୁବର୍ଣ୍ଣପୁରରେ ଏହା ମହା ଆଡମ୍ବର ସହକାରେ ପାଳନ କରାଯାଇଥାଏ ।