ରାଜ୍ୟରେ ଦଶମ ଓ ଦ୍ୱାଦଶ ପରୀକ୍ଷା ଠିକ୍ ସମୟରେ ହେବା ସମ୍ଭାବନା: ସମୀର ଦାସ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଦଶମ ଓ ଦ୍ୱାଦଶ ପରୀକ୍ଷା ଠିକ ସମୟରେ ହେବା ସମ୍ଭାବନା। ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ପରୀକ୍ଷା ହେବା ନେଇ ରାଜ୍ୟ ସରକାର ଯଥେଷ୍ଟ ଆଶାବାଦୀ। ଦଶମ ସମ୍ମଟେଭି ପରୀକ୍ଷା ସରିଛି।

ପରୀକ୍ଷା ଠିକ୍‌ ସମୟରେ ହୋଇ ରେଜଲ୍‌ଟ ବାହାରିବାକୁ ଆଶା ରଖାଯାଇଛି। ଏବେ ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ରହିଛି। ପରୀକ୍ଷା ନେଇ ଆଗକୁ ପରିସ୍ଥିତି ଦେଖି ଚିନ୍ତା କରାଯିବ। ଆଜିର ସ୍ଥିତିକୁ ଦେଖି ଆମେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛୁ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.