କିସ୍ରୁ ରେକର୍ଡ଼ ସଂଖ୍ୟକ ପରୀକ୍ଷାର୍ଥୀ, ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀ ଦେବେ ପରୀକ୍ଷା
ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ପରୀକ୍ଷାରେ କିସ୍ରୁ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କିସ୍ର ୨ହଜାର ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ବେଳେ ୧୯୦୮ଛାତ୍ରଛାତ୍ରୀ +୨ ପରୀକ୍ଷା ଦେବେ ।

ଭୁବନେଶ୍ୱର (କେନ୍ୟୁଜ) : ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ପରୀକ୍ଷାରେ କିସ୍ରୁ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କିସ୍ର ୨ହଜାର ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ବେଳେ ୧୯୦୮ଛାତ୍ରଛାତ୍ରୀ +୨ ପରୀକ୍ଷା ଦେବେ । ଉଭୟ ଦଶମ ଓ +୨ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୫୦ପ୍ରତିଶତ ହେଉଛନ୍ତି ଛାତ୍ରୀ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପରୀକ୍ଷାର ଅବ୍ୟବହିତ ପୂର୍ବରୁ କିଟ୍ ଓ କିସ୍ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଆଜି ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ସମ୍ପର୍କିତ ଆବଶ୍ୟକ ପରାମର୍ଶ ଦେବା ସହ ସେମାନଙ୍କୁ କଲମ ବଣ୍ଟନ କରିଥିଲେ ।
ଏହି ଅବସରରେ ସେ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ସଫଳତା କାମନା କରିଥିଲେ। ଦଶମ ଶ୍ରେଣୀ ପିଲାଙ୍କ ପାଇର୍ଁ ୟୁନିଟ୍-୮, ବରମୁଣ୍ଡା ଓ ନିଳାଦ୍ରୀ ବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଆଇଆରସି ଭିଲେଜ ସ୍ଥିତ ଭଗବତ୍ ଗୀତା ବିଦ୍ୟା ମନ୍ଦିର ଓ ଚନ୍ଦ୍ରଶେଖରପୁରସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରୀକ୍ଷା କେନ୍ଦ୍ର ହୋଇଛି । ସେହିପରି +୨ ପରୀକ୍ଷାର୍ଥିଙ୍କ ନିମନ୍ତେ ରାଜଧାନୀ କଲେଜ ଓ ମହର୍ଷି କଲେଜ ଅଫ୍ ନାଚୁରାଲ୍ ଲ ପରୀକ୍ଷା କେନ୍ଦ୍ର ହୋଇଛି । ଆସନ୍ତା ୨୦ ତାରିଖରୁ ଦଶମ ବୋର୍ଡ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ୧୬ ତାରିଖରୁ +୨ ପରୀକ୍ଷା ଆରମ୍ଭ ହେଉଛି । ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ କିସ୍ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପିଲାମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା ପାଇଁ ୫୦ଟି ଲେଖାଏଁ ବସର ବ୍ୟବସ୍ଥା କରାଯାଇଛି।