ରାଜ୍ୟ

ଆଜି ୧୦ମ ବିଶ୍ୱ ଆର୍ଟ ଅଫ୍‌ ଗିଭିଂ ଦିବସ, ୬ଜଣ ପାଇବେ ଆର୍ଟ ଅଫ୍‌ ଗିଭିଂ ହିରୋ ସମ୍ମାନ

ଆଜି ୧୦ମ ବିଶ୍ୱ ଆର୍ଟ ଅଫ୍‌ ଗିଭିଂ ଦିବସ । ୬ଜଣ ପାଇବେ ଆର୍ଟ ଅଫ୍‌ ଗିଭିଂ ହିରୋ ସମ୍ମାନ । ସମାଜରେ ପରସ୍ପରକୁ ସାହାଯ୍ୟ, ସହଯୋଗ, ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ ବାଣ୍ଟିବା ପାଇଁ ୨୦୧୩ ମସିହା ମେ’୧୭ ତାରିଖଠାରୁ ଶିକ୍ଷାବିତ୍‌ ଓ ସମାଜସେବୀ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ଆର୍ଟ ଅଫ୍‌ ଗିଭିଂ’ ପ୍ରୟାସ ଏବେ ସମଗ୍ର ବିଶ୍ୱରେ ଆଦୃତି ଲାଭ କରିଛି ।

ପ୍ରତିବର୍ଷ ମେ’ ୧୭ ତାରିଖରେ ବିଶ୍ୱର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଆର୍ଟ ଅଫ୍‌ ଗିଭିଂ ଦିବସ ପାଳିତ ହୋଇଆସୁଛି । ପ୍ରତ୍ୟେକ ବର୍ଷ ବିଭିନ୍ନ ବିଷୟବସ୍ତୁ ଉପରେ ଆଧାରିତ ଆର୍ଟ ଅଫ୍‌ ଗିଭିଂର ଚଳିତବର୍ଷର ବିଷୟବସ୍ତୁ ରହିଛି ହେଲ୍ପିଂ ଦି ହେଲ୍ପ (ସାହାଯ୍ୟକାରୀକୁ ସାହାଯ୍ୟ)। ଚଳିତବର୍ଷ ବିଶ୍ୱର ୬ଟି ମହାଦେଶ, ୧୨୦ଟି ଦେଶର ୩୫୦ଟି ସ୍ଥାନରେ ୧୦ମ ଅନ୍ତର୍ଜାତୀୟ ଆର୍ଟ ଅଫ୍‌ ଗିଭିଂ ଦିବସ ପାଳିତ ହେଉଛି ।

ଭାରତର ୨୯ଟି ରାଜ୍ୟ, ୪ଟି କେନ୍ଦ୍ରଶାସିତ ଅଞ୍ଚଳର ୩୫ଶହ ସ୍ଥାନରେ ଏବଂ ୨ଶହ ସହର ସମେତ ଓଡ଼ିଶାର ୩୦ଟି ଜିଲ୍ଲା, ୧୦ଟି ପ୍ରମୁଖ ସହର, ୩ଶହରୁ ଊର୍ଦ୍ଧ୍ୱ ବ୍ଲକ୍‌, ୫ହଜାରରୁ ଊର୍ଦ୍ଧ୍ୱ ଗ୍ରାମ ପଞ୍ଚାୟତର ୧୦ ହଜାର ସ୍ଥାନରେ ଆର୍ଟ ଅଫ୍‌ ଗିଭିଂ ଦିବସ ପାଳିତ ହେଉଛି।

କିଟ୍‌ ଓ କିସ୍‌ର ଶୁଭେଚ୍ଛୁ, କର୍ମଚାରୀ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଓଡ଼ିଶା, ଭାରତ ତଥା ବିଦେଶରେ ଥିବା ବିଭିନ୍ନ କ୍ରୀଡ଼ା ସଂଘ, ସିଭିଲ୍‌ ସୋସାଇଟି, ଦେଶ ବାହାରେ ଥିବା ବିଭିନ୍ନ ଓଡ଼ିଆ ସଂଘ, ନୂଆଦିଲ୍ଲୀ ସ୍ଥିତ ବିଭିନ୍ନ ଦୂତାବାସ, ବିଭିନ୍ନ ଯୁବକ ସଂଘ, ନେହରୁ ଯୁବକ ସଂଘ, ୫ଶହରୁ ଊର୍ଦ୍ଧ୍ୱ କର୍ପୋରେଟ୍‌ ଅନୁଷ୍ଠାନ, ୫ଶହରୁ ଊର୍ଦ୍ଧ୍ୱ ବିଦ୍ୟାଳୟ, ଭାରତର ୫୦ଟି ବିଶ୍ୱବିଦ୍ୟାଳୟ ଓ ୧୫ଟି ବିଦେଶୀ ବିଶ୍ୱବିଦ୍ୟାଳୟ, ଶତାଧିକ ମହାବିଦ୍ୟାଳୟ, ହୋଟେଲ ଓ ରେଷ୍ଟୁରାଣ୍ଟ, ହସ୍ପିଟାଲ୍‌ ଓ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ, ଜିମ୍‌ ଓ ଫିଟନେସ୍‌ କେନ୍ଦ୍ର ସହିତ ଛୋଟବଡ଼ ବ୍ୟବସାୟ ପ୍ରତିଷ୍ଠାନରେ ଆର୍ଟ ଅଫ୍‌ ଗିଭିଂ ଅନୁଗାମୀମାନେ ଏହି ଦିବସ ପାଳନ କରୁଛନ୍ତି।

ଏହି ଅବସରରେ ୧୭ ତାରିଖ ସଂଧ୍ୟାରେ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ସମାଜସେବା କରୁଥିବା ୬ଜଣ ବ୍ୟକ୍ତିଙ୍କୁ ‘ଆର୍ଟ ଅଫ୍‌ ଗିଭିଂ’ ହିରୋ ସମ୍ମାନରେ ସମ୍ମାନୀତ କରାଯିବ।

Niharanjan

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

7 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

11 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

11 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

11 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

11 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

12 hours ago