ସରିଲା ମାଟ୍ରିକ ପରୀକ୍ଷା ଖାତାଦେଖା , ମେ’ ସୁଦ୍ଧା ବାହାରିବ ଫଳାଫଳ

ଭୁବନେଶ୍ବର(କେନ୍ୟୁଜ୍): ସରିଲା ମାଟ୍ରିକ ପରୀକ୍ଷା ଖାତାଦେଖା । ମେ’ ସୁଦ୍ଧା ବାହାରିବ ଫଳାଫଳ । ମାଧ୍ୟମିକ ଶିକ୍ଷା ବୋର୍ଡ ସଂପାଦକ ରାମଶିଷ ହାଜରା ଏହି ସୂଚନା ଦେଇଛନ୍ତି । ଖାତାଦେଖା ସୁରୁଖୁରୁରେ ଶେଷ ହୋଇଛି । ତ୍ରୁଟିଶୂନ୍ୟ ଭାବେ ରେଜଲ୍ଟ ପ୍ରକାଶ ଉପରେ ବୋର୍ଡ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉଛନ୍ତି । ଚଳିତ ବର୍ଷ ୨ହଜାର ୮୩୦ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୨ ହଜାର ୬୯୯ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଏଥିସହ ୪୪ ଟି କେନ୍ଦ୍ରରେ ୩ ହଜାର ୯ ଜଣ ପରୀକ୍ଷାର୍ଥୀ ମଧ୍ୟମା ଓ ୭୯ଟି ପରୀକ୍ଷା କେନ୍ଦ୍ରରେ ୧୨ ହଜାର ୧୨ ଜଣ ଓପନ ସ୍କୁଲ ପରୀକ୍ଷା ଦେଇଛନ୍ତି । ୫ ତାରିଖରୁ ମାଟ୍ରିକ ଖାତାଦେଖା ଆରମ୍ଭ ହୋଇଥିଲା । କୌଣସି ବିଶୃଙ୍ଖଳାକୁ ଏଡାଇବା ପାଇଁ ମୂଲ୍ୟାୟନ କେନ୍ଦ୍ର ମଧ୍ୟକୁ ମୋବାଇଲ ଫୋନ ଓ ଅନ୍ୟ ଇଲେକ୍ଟ୍ରୋନିକ୍ସ ଜିନିଷ ବନ୍ଦ କରାଯାଇଥିଲା ।