ଗାଧୋଉଥିବା ବେଳେ ପୋଖରୀରେ ବୁଡି ଦଶମ ଶ୍ରେଶୀ ଛାତ୍ର ନିଖୋଜ

କେନ୍ଦୁଝର: କେନ୍ଦୁଝରରେ ପୋଖରୀରେ ବୁଡି ଛାତ୍ର ନିଖୋଜ । ଗାଧୋଇବାକୁ ଯାଇଥିବାବେଳେ ପାଣିରେ ବୁଡି ନିଖୋଜ ହୋଇଯାଇଛନ୍ତି । ଛାତ୍ର ଜଣକ ହେଉଛନ୍ତି ଟାଙ୍ଗରିଆପାଳ ଅଞ୍ଚଳର । ସେ ତାଙ୍କ ଘର ଲୋକଙ୍କ ସହିତ କେନ୍ଦୁଝର ନରଣପୁରର ରତ୍ନା ସାହିରେ ରହୁଥିବା ତାଙ୍କ ନାନୀଙ୍କ ଘରକୁ ଆସିଥିଲେ । ଆଜି ସକାଳେ ସେ ଗାଁ ନିକଟସ୍ଥ ପୋଖରୀରେ ଗାଧୋଉ ଥିବା ବେଳେ ପାଣିରେ ବୁଡି ନିଖୋଜ ହୋଇଯାଇଛନ୍ତି । ବହୁ ଖୋଜାଖୋଜି କରିବା ପରେ ବି କୌଣସି ଖୋଜ ଖବର ମିଳିନଥିଲା । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ଖୋଜା ଖୋଜି ଜାରି ରଖିଛି ।

 

ଆହୁରି ପଢନ୍ତୁ :  ମାନବିକତାର ସୀମା ପାର କଲା ମଣିଷ, ବୁଲା କୁକୁରକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ