କିଟ୍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେଲା ୧୦ମ ନ୍ୟାସନାଲ ଏଚ.ଆର କନକ୍ଲେବ – ୨୦୧୯
କିଟ୍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଛି ୧୦ତମ ନ୍ୟାସନାଲ ଏଚ.ଆର କନକ୍ଲେବ – ୨୦୧୯ । କିଟ ସ୍କୁଲ ଅଫ ମ୍ୟାନେଜମେଣ୍ଟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସମାଜରେ ମାନବ ସମ୍ବଳର ଆବଶ୍ୟକତା ଉପରେ ଆଲୋଚନା ହୋଇଛି । ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଅତିଥୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଆଲୋକପାତ କରାଇଛନ୍ତି । ଏହି ଅବସରରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, କୁଳପତି ପ୍ରଫେସର ହୃଷିକେଶ ମହାନ୍ତି, କିିଟ୍ ସ୍କୁଲ ଅଫ ମ୍ୟାନେଜମେଣ୍ଟ ବିଭାଗର ନିର୍ଦ୍ଦେଶକ ପ୍ରଫେସର ଅନୀଲ ବାଜପେୟୀ, କୋଣ୍ଟେମ୍ପରି ଲିଡରସିପ ସଲୁସେନ ଆଣ୍ଟ ସର୍ଭିସ ଅନୁଷ୍ଠାନର ସିଇଓ ଡ.ସଞ୍ଜୟ ମୁଥାଲ ପ୍ରମୁଖ ଉପସ୍ଥିତ ଥିଲେ ।