ମାଲକାନଗିରି: ପଛୁଆ ଅଞ୍ଚଳର ଆଗୁଆ ଝିଅ ସୀମା, ଜଙ୍ଗଲରୁ ମହୁଲ ଫୁଲ ବିକି ପଢିବା ପାଇଁ  କିଣିଲେ ମୋବାଇଲ ଫୋନ

ମାଲକାନଗିରି(କେନ୍ୟୁଜ୍):  ଜୀବନ ସହ ଜୀବିକକୁ ସମ୍ପୂର୍ଣ ପ୍ରଭାବିତ କରିଛି ମହାମାରୀ କରୋନା।କିନ୍ତୁ ଏହି ସଙ୍କଟ ସମୟରେ ମାଲକାନଗିରି ଜିଲ୍ଲାରୁ ଦେଖିବାକୁ ମିଳିଛି ପ୍ରେରଣାଦାୟୀ ଦୃଶ୍ୟ।ପ୍ରତିକୂଳ ପରିସ୍ଥିତିରେ ଧର୍ଯ୍ଯ ନହରାଇ କିପରି ମୁକାବିଲା କରାଯାଇ ପାରିବତାହାକୁ ପ୍ରମାଣିତ କରିଛନ୍ତି ଜଣେ ଆଦିବାସୀ ଝିଅ।ପ୍ରତିବନ୍ଧକକୁ ସୁଯୋଗ ଭାବେ ଗ୍ରହଣ କରି ଦୃଢ଼ ଇଛାଶକ୍ତି  ଓ ଦାଇତ୍ୱବୋଧର ନିଦର୍ଶନ ସାଜିଛନ୍ତି।

ଉପାନ୍ତ ଅଞ୍ଚଳର ଆଗୁଆ ଝିଅ ସୀମା ମାଡକାମୀ। ବୟସ ୧୫ ବର୍ଷ।ମାଲକାନଗିରି ଜିଲ୍ଲା ସଦରମହକୁମା  ନିକଟସ୍ଥ ସତୀଗୁଡା ସରକାରୀ ଏସଏସଡି ବାଳିକା ବିଦ୍ୟାଳୟରେ ୧୦ମ ଶ୍ରେଣୀର ଛାତ୍ରୀ।ମାଲକାନଗିରି ବ୍ଲକର ତଣ୍ଡାପାଲୀ ଗ୍ରାମର ମୁକ୍କା ମାଡକାମୀଙ୍କ ଦ୍ଵିତୀୟ କନ୍ଯା ହେଉଛନ୍ତି ସୀମା।ବାପା ମୁକ୍କା ଜଣେ ଚାଷୀ।ମୁକ୍କାଙ୍କର ତିନୋଟି ଝିଅ ରହିଛନ୍ତି।ବଡ ଝିଅ ପୂଜା ଦଶମ ଶ୍ରେଣୀ ପାଠ ପଢି ଆର୍ଥିକ ଅଭାବରୁ ଅଧାରୁ ପାଠ ଛାଡିଦେଲେ।ସୀମାର କିନ୍ତୁ ପାଠ ପଢିବାର ପ୍ରବଳ ଆଗ୍ରହ।ସେ ଆଗକୁ ଆହୁରି ପାଠ ପଢିବାକୁ ଚାହୁଁଛନ୍ତି।ତୃତୀୟ ଝିଅ ଲିଜା ୫ମ ଶ୍ରେଣୀର ଛାତ୍ରୀ।

malkangiri2

 ପାଠ ପଢବାର ଇଛାଶକ୍ତି ଥିଲେ ଉପାୟ ଆପେ ଆପେ ଆସେ।ଯାହା ଗରିବ ଆଦିବାସୀ ଝିଅ ସୀମା ପୂରଣ କରି ଦେଖାଇଛନ୍ତି।ଅନ୍ଯ ଛାତ୍ରଛାତ୍ରୀଙ୍କ ପାଇଁ ଉଦାହଣ ସାଜିଛନ୍ତି।ସୀମାର ପିଲାଟି ଦିନରୁ ପାଠ ପଢିବାରୁ ପ୍ରବଳ ଆଗ୍ରହ ଆଜି ତାକୁ ଦଶମ ଶ୍ରେଣୀ ପର୍ଯ୍ଯନ୍ତ ପହଞ୍ଚାଇଛି।ଆଗକୁ ମଧ୍ୟ ନିଜର ପାଠ ପଢା ଜାରି ରଖିବେ ବୋଲି ସୀମା କୁହନ୍ତି।ତେବେ ସୀମାକୁ କିନ୍ତୁ ପାଠ ପଢିବା ପାଇଁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡୁଛି।ବାପା ମୁକ୍କାଙ୍କର ମାତ୍ର ଏକ ଏକର ଜମିରେ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି।ଆର୍ଥିକ ଅନାଟନ ଦେଇ ପରିବାର ଗତି କରୁଛି।ତେବେ ପିଲାଙ୍କୁ ପାଠ ପଢାଇବା ପାଇଁ ସେ ଅସମର୍ଥ ବୋଲି କୁହନ୍ତି।

malkangir4ବଡ ଝିଅ ପୂଜା ଏହି ସମସ୍ଯାର ଶିକାର ହୋଇ ଅଧାରୁ ପାଠ ଛାଡିଲା।ସୀମା ମଧ୍ୟ ଗତବର୍ଷ କରୋନା ମହାମାରୀ ଯୋଗୁଁ ସ୍କୁଲ ବନ୍ଦ ହେବା ବେଳେ ଅନଲାଇନରେ ପାଠ ପଢା ଆରମ୍ଭ ହୋଇଥିଲା।ନିଜ ପାଖେ ମୋବାଇଲ ନଥିବାରୁ ସେ ଗତ ବର୍ଷ ପାଠ ପଢିପାରିନଥିଲେ ବୋଲି କହନ୍ତି।କିନ୍ତୁ ଦଶମରେ ସେ ନିଶ୍ଚିତ ଭାବେ ଅନଲାଇନରେ ପାଠ ପଢିବା ବୋଲି ଯିଦ ଧରିଥିଲେ।ତେଣୁ ସେ ଚଳିତ ବର୍ଷ ଜଂଗଲରେ ବୁଲି ବୁଲି ମହୁଲ ଫୁଲ ଗୋଟାଇ ତାକୁ ସାଇତି ରଖି ବଜାରରେ ବିକ୍ରି କରିଥିଲେ।ପରେ ମହୁଲ ମଞ୍ଜି(ଟୋଲା)କୁ ମଧ୍ୟ ସଂଗ୍ରହ କରି ବଜାରରେ ବିକ୍ରି କରିଥିଲେ।ଏତିକିରେ ଟଂକା ଯୋଗାଡ ହୋଇପାରିନଥିବାରୁ ବାପା ବାଡିରେ ଲଗାଇଥିବା ପନିପରିବାକୁ ନେଇ ବଜାରରେ ବିକ୍ରି କରିବା ପରେ ସେ ମୋଟ ୮ ହଜାର ଟଂକା ଯୋଗାଡ କରିପାରିଥିଲେ।ଯେଉଁ ଟଂକାରେ ସେ ଗୋଟିଏ ଏନରୋଏଡ ମୋବାଇଲ ଫୋନ କିଣିପାରିଥିଲେ।

malkangir3

ତେବେ ପାଠ ପଢିବା ପାଇଁ ତାଙ୍କ ବିଦ୍ୟାଳୟର ବନାନୀ ମହାପାତ୍ର ସବୁବେଳେ ସୀମାଙ୍କୁ ଉତ୍ସାହିତ କରୁଥିଲେ।ସୀମା ଭଲ ପାଠ ପଢୁଥିବାରୁ ସେ ଯେମିତି ହେଲେ ଅନଲାଇନରେ ପାଠ ପଢୁ ବୋଲି ଚାହୁଁଥିଲେ।ତେବେ ସୀମା ମଧ୍ୟ ନିଜର ଶିକ୍ଷୟତ୍ରୀଙ୍କର ଏହି ଉତ୍ସହପୂର୍ଣ୍ଣ କଥାକୁ ମନେରଖି କଷ୍ଟ ପଡି ମୋବାଇଲଟିଏ କିଣିଥିଲେ।ବାପାଙ୍କୁ ମୋବାଇଲ କିଣିବା ପାଇଁ ଗତବର୍ଷ ବହୁ ଯିଦ କରିଥିଲେ ମଧ୍ୟ ସେ ଅସମର୍ଥ ବୋଲି ହାତ ଟେକି ଦେଇଥିଲେ।ବର୍ତ୍ତମାନ ଦଶମ ବୋର୍ଡ ପରୀକ୍ଷା ହୋଇଥିବାରୁ ଅନଲାଇନରେ ପାଠ ପଢିବା ଅତ୍ୟନ୍ତ ଜରୁରୀ ହୋଇପଡିଥିବା ସୀମା କହନ୍ତି।ଏବେ ସେ ମୋବାଇଲରେ ଓସେପା ତରଫରୁ ଗତ ଜୁନ ୨୧ ତାରିଖରୁ ଅନଲାଇନରେ ପାଠ ପଢା ଆରମ୍ଭ ହେବା ପରେ ସୀମା ଘରେ ବସି ସୁନ୍ଦର ଭାବେ ପାଠ ପଢୁଥିବା କହିଥିଲେ।ସୋମବାର ଠାରୁ ଶୁକ୍ରବାର ପର୍ଯ୍ଯନ୍ତ ସେ ଅନଲାଇନରେ ପାଠ ପଢି ଖୁସି ଅନୁଭବ କରୁଥିବା କହିଥିଲା।ଆଗକୁ ସ୍କୁଲ କେବେ ଖୋଲିବ ଜଣାନଥିବା ବେଳେ ମୋବାଇଲ ହିଁ ଅଧ୍ୟୟନର ମୁଖ୍ଯ ଜରିଆ ହୋଇଥିବା ସେ କହିଛି।ତେଣୁ ଆଗକୁ ମଧ୍ୟ ପାଠ ପଢିବା ପାଇଁ ସେ ଯେତେ ବାଧାବିଘ୍ନ ହେଲେ ମଧ୍ୟ ତାକୁ ପାର କରି ପାଠ ପଢିବ ବୋଲି କହିଛି।ସୀମାଙ୍କ ଏଭଳି ଉଦ୍ୟମକୁ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ସାଧାରଣରେ ପ୍ରଶଂସା କରିଛନ୍ତି।

ବଡ଼ ଭଉଣୀ ହେବତ ଏମିତି। ନିଜ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ସାନ ଭଉଣୀର  ଆଶାକୁ ପୂରଣ କରିଛି ବଡ଼ ଭଉଣୀ ପୂଜା। ଦିନେ ନିଜେ ଯେଉଁ ସ୍ବପ୍ନ ଦେଖିଥିଲା ତାହା ସିନା  ପୂରଣ ହୋଇପାରିଲାନି କିନ୍ତୁ ତାକୁ  ସାନ ଭଉଣୀର ସ୍ବପ୍ନ ପୂରଣ କରିବାରେ ବେଶ ଖୁସି ବ୍ଯକ୍ତ କରିଛି ବଡ଼ ଭଉଣୀ ପୂଜା ଆଉ ଆଗକୁ ତାର ଭବିଷ୍ଯତ ଉଜ୍ଜ୍ୱଳ କାମନା ମଧ୍ୟ କରିଛି।

ଇଛଥିଲେ ଉପାୟ ଆପେ ଆପେ ଆସେ। ତେଣୁ ଆମେ କେବେବି ପ୍ରତିକୂଳ ପରିବେଶକୁ ସମ୍ନା କରି ଆଗକୁ ବଢିବାକୁ ହେବ।ଏହାହିଁ ଆମ ସମସ୍ତଙ୍କୁ ଶିଖାଇଛି ଏହି ଉପାନ୍ତ ଅଞ୍ଚଳ ଝିଅ ସୀମା ମାଡକାମୀ।

Leave A Reply

Your email address will not be published.