ଶୀତଳ ଷଷ୍ଠୀ ସମୟରେ ସମ୍ବଲପୁର ସହରରେ କଡା ଚେକିଂ, ୧୧ ଗିରଫ

ଶୀତଳ ଷଷ୍ଠୀ ସମୟରେ ସମ୍ବଲପୁର ସହରର ବିଭିନ୍ନ ସ୍ଥାନ ସହ ବିଶେଷ କରି ୪ଟି ଥାନା ଅଞ୍ଚଳରେ ପୋଲିସର କଡା ଚେକିଂ ବ୍ୟବସ୍ଥା କରାଯାଇଥିଲା । ଏହି ଚେକିଂ ସମୟରେ ୪୧ ଜଣଙ୍କୁ ଧରା ଯାଇଥିଲା ।

ସମ୍ବଲପୁର (କେନୁଜ୍) : ଶୀତଳ ଷଷ୍ଠୀ ସମୟରେ ସମ୍ବଲପୁର ସହରର ବିଭିନ୍ନ ସ୍ଥାନ ସହ ବିଶେଷ କରି ୪ଟି ଥାନା ଅଞ୍ଚଳରେ ପୋଲିସର କଡା ଚେକିଂ ବ୍ୟବସ୍ଥା କରାଯାଇଥିଲା । ଏହି ଚେକିଂ ସମୟରେ ୪୧ ଜଣଙ୍କୁ ଧରା ଯାଇଥିଲା ।

ସେଥିମଧ୍ୟରୁ ଟ୍ରିପଲ ରାଇଡିଙ୍ଗ ଓ ମଦ ପି ଗାଡି ଚଳାଉଥିବା ୩୦ ଜଣଙ୍କୁ ଅଣ୍ଡରଟେକିଂ ଲେଖି ଛଡା ଯାଇଥିବା ବେଳେ ୧୧ ଜଣଙ୍କ ନିକଟରୁ ମାରଣାସ୍ତ୍ର ମିଳିଥିଲା । ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ସମ୍ବଲପୁର ଏସପି ସୂଚନା ଦେଇଛନ୍ତି । ସେହିପରି ପୁରା ସହରକୁ ସିସିଟିଭି ଓ ଡ୍ରୋନ୍‌ରେ ନଜର ରଖାଯାଇଥିବା ଏସପି କହିଛନ୍ତି ।

ଏଥିପାଇଁ ସ୍ୱତନ୍ତ୍ର ଏକ ଟିମ କାର୍ଯ୍ୟ କରୁଛି । ବିଭିନ୍ନ ସେନସେଟିଭ ସ୍ଥାନ ମାନଙ୍କରେ ଡ୍ରନ ଦ୍ୱାରା ନଜର ରଖା ଯାଉଛି l କୌଣସି ସ୍ଥାନରେ କାହାରି ଗତିବିଧି ରେ ସନ୍ଦେହ ହେଲେ ତୁରନ୍ତ ସେଠାକୁ ପୋଲିସ ପହଞ୍ଚି ଯାଉଥିବା ଏସପି ସୂଚନା ଦେଇଛନ୍ତି l

Leave A Reply

Your email address will not be published.