ଟ୍ରାକ୍‌ରୁ ଖସିଲା ମାଲ୍‌ବାହୀ ଟ୍ରେନ୍‌, ୧୧ଟି ବଗି ଲାଇନ୍‌ଚ୍ୟୁତ

କୋରାପୁଟ (କେନ୍ୟୁଜ): ମାଲ ବୋଝେଇ ଟ୍ରେନ୍‌ ଲାଇନ୍‌ଚ୍ୟୁତ୍‌ । କୋରାପୁଟ ଶିବଲିଙ୍ଗପୁରମ୍‌ ଠାରେ ଏକ ମାଲ ବୋଝେଇ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି । ଫଳରେ ୧୧ଟି ବଗି ଟ୍ରାକ୍‌ରୁ ଖସିପଡିଛି । ରେଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଖବର ଅନୁଯାୟୀ କିରଣ୍ଡୁଲ ରୁ ବିଶାଖାପାଟଣା ଯାଉଥିବାବେଳେ ଟ୍ରେନଟି ଲାଇନଚ୍ୟୁତ ହୋଇଛି । ଯାହାଫଳରେ ଟ୍ରେନ୍‌ର ୧୧ଟି ବଗି ଟ୍ରାକ୍‌ରୁ ଖସିଯାଇଛି। କିରଣ୍ଡୁଲରୁ କୋରାପୁଟ ଦେଇ ବିଶାଖାପାଟଣା ଯାଉଥିବା ରେଳ ପଥରେ ଗାଡି ଚଳାଚଳ ବନ୍ଦ ରହିଛି । ଉଦ୍ଧାର କାର୍ଯ୍ୟ ସରିବା ପରେ ହିଁ ରେଳ ଚଳାଚଳ ସ୍ବାଭାବିକ ହେବ ବୋଲି ବିଶାଖାପାଟଣା ଡିଆରଏମ ଅନୁପ ଶତପଥି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.