ରାଜ୍ୟରେ ପୁଣି ଟିକା ଅଭାବ: ୧୧ ଜିଲ୍ଲାରେ ଟିକାକରଣ ବନ୍ଦ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ପୁଣି ଟିକା ଅଭାବ। ୧୧ ଜିଲ୍ଲାରେ ଟିକାକରଣ ବନ୍ଦ। କୋଭିସିଲ୍ଡ୍‌ ଟିକାର ଅଭାବ କାରଣରୁ ବନ୍ଦ ରହିଛି ଭ୍ୟାକ୍‌ସିନେସନ୍‌ । ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା କୋରାପୁଟ ଏବଂ ସୋନପୁରରେ ଟିକାକରଣ ହେଉନି। ଆଗକୁ ଟିକା ଆସିବା ପର୍ଯ୍ୟନ୍ତ ଟିକାକରଣ କେନ୍ଦ୍ରକୁ ବନ୍ଦ କରି ଦିଆଯାଇଛି।

ରାଜ୍ୟରେ ଏବେ କୋଭିସିଲ୍‌ଡ ଟିକାର ଅଭାବ ଦେଖାଦେଲାଣି। ଭୁବନେଶ୍ୱରରେ ୨୧୦ଟି କେନ୍ଦ୍ର ମଧ୍ୟରୁ ୬୮ଟି କେନ୍ଦ୍ରରେ ଟିକାକରଣ କରାଯାଉଛି। ଟିକା ଦେବା ଦାୟିତ୍ୱ ହେଉଛି କେନ୍ଦ୍ର ସରକାରଙ୍କର। ଯେତିକି ପରିମାଣର ଟିକା ଦେବେ ସେତିକି ଟିକା ବ୍ୟବହାର କରିବୁ। ଯେତିକି ଟିକା ମିଳୁଛି ସେହି ଅନୁସାରେ ଟିକାକରଣ କରୁଛୁ ବୋଲି କହିଛନ୍ତି ଡିଏମ୍‌ଇଟି ସିବିକେ ମହାନ୍ତି। ରାଜ୍ୟରେ ମଝିରେ ମଝିରେ ଟିକାର ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.