ଯାଜପୁର ଲିଙ୍ଗେଶ୍ୱର ଘାଟ ଓ ଭଦ୍ରକ ବୈତରଣୀରେ ବୁଡିଗଲା ୧୧ଟି ହାଇଓ୍ଵା ଗାଡି, ବାଲି ନେବାକୁ ଆସିଥିବାବେଳେ ହଠାତ୍ ବଢିଗଲା ଜଳସ୍ତର

ଯାଜପୁର : ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଲିଙ୍ଗେଶ୍ୱର ଘାଟରେ ବୁଡିଗଲା ୫ଟି ହାଇଓ୍ଵା ଗାଡି। ବାଲି ନେବାକୁ ଆସିଥିବାବେଳେ ଏହି ଭଳି ଅଘଟଣା ଘଟିଛି । ହାଇଓ୍ଵା ଗୁଡିକ ବାଲି ଉଠାଥିବାବେଳେ ବେଳେ ହଠାତ ଚେକପୋଷ୍ଟରୁ ପାଣି ଛାଡିଦିଆଯାଇଥିଲା। ଫଳରେ ଗାଡି ଗୁଡିକ ସଂପୂର୍ଣ୍ଣ ବୁଡି ଯାଇଥିବାର ଦେଖିବାକୁ ମିଳିଛି । ତେବେ ଏହି ସମୟରେ ଡ୍ରାଇଭର ଓ ହେଲପର ଦୌଡି ପଳାଇବାରୁ ଦୁହିଁଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଛି ।

riverଅନ୍ଯପଟେ ଠିକ୍ ସମାନ ଭାବେ ଭଦ୍ରକ ଜିଲ୍ଲା ବୈତରଣୀରେ ବୁଡିଗଲା ୬ଟି ହାଇଓ୍ଵା । ହଠାତ ନଦୀରେ ପାଣି ବଢିବା ଯିବରୁ ଗାଡି ଗୁଡିକ ବୁଡିଯାଇଛି । ତେବେ ଅଧିକ ପାଣି ଥିବାରୁ ଉଦ୍ଧାର କାମ ବାଧାପ୍ରାପ୍ତ ହୋଇଛି । ଡ୍ରାଇଭର ଓ କର୍ମଚାରୀ ମାନେ ଗାଡିକୁ ଛାଡି ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି ।

ଆଖୁଆପଦରା ବାଲି ଖାଦାନରୁ ଏହି ହାଇଓ୍ଵା ବାଲି ନେଇଥାନ୍ତି । ନଦୀ ପଠା ଶୁଖିଲା ଥିବାରୁ ହାଇଓ୍ଵା ଗୁଡିକ ଖାଦାନ ଭିତରେ ଥିଲା । କିନ୍ତୁ ବାତ୍ୟା ପ୍ରଭାବରେ ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବା କାରଣରୁ ପାଣି ବଢିଯାଇ ନଦୀର ଜଳସ୍ତର ବଢିଥିବାର କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.