ନିଆଁ ଲାଗି ଜଳିଗଲା ୧୧ ବଖରା ଘର, ଡାକିବଜା ଗାଁରେ ଅଗ୍ନିକାଣ୍ଡ

ସୋରଡ଼ା  : ନିଆଁ ଲାଗି ଜଳିଗଲା ୧୧ ବଖରା ଘର । ଧରାକୋଟ ବ୍ଲକ ଅନ୍ତର୍ଗତ ବାହାରପୁର ପଞ୍ଚାୟତର ଡାକିବଜା ଗାଁରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ୧୦ ପରିବାରଙ୍କ ଘର ଜଳିଯାଇଛି । ଏହି ଅଗ୍ନିକାଣ୍ଡରେ ଘରର ଆସବାବ ପତ୍ର ସହ ଖାଦ୍ୟଶସ୍ୟ ଓ ସଞ୍ଚିତ ଅର୍ଥ ପୋଡି ନଷ୍ଟ ହୋଇଯାଇଛି । ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛି । ତହସିଲଦାର ଲମ୍ବୋଦର ମାରାଣ୍ଡି, ଅତିରିକ୍ତ ତହସିଲଦାର ଗଣେଶ ଦଳାଇ ପ୍ରମୁଖ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।