ସାପକାମୁଡାରେ ୨୦୨୩-୨୪ ଆର୍ଥିକ ବର୍ଷରେ ୧୧୫୦ ଜଣ ଓ ଜାନୁଆରୀ ମାସରେ ସଡକ ଦୁର୍ଘଟଣାରେ ୫୦୫ ଜଣଙ୍କ ଜୀବନ ଯାଇଛି : ମନ୍ତ୍ରୀ

ଭୁବନେଶ୍ୱର : ଆଜି ବିଧାନସଭାରେ ପ୍ରଶ୍ନ ଉତ୍ତର କାଳରେ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ସାପ କାମୁଡା ଉପରେ ଲିଖିତ ଉତ୍ତର ରଖିଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷରେ ୧୧୫୦  ଜଣ ସାପ କାମୁଡାରେ ଜୀବନ ଯାଇଛି। ଏଥିରେ ୧୦୨୨  ଜଣ ପରିବାରକୁ ଅନୁକମ୍ପା ରାଶି ମିଳିଛି । ୨୦୨୪-୨୫  ରେ 709 ଜଣଙ୍କର ସାପ କାମୁଡ଼ାରେ ଜୀବନ ଯାଇଛି । 435 ଜଣଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି ବୋଲି ବିଧାନସଭାରେ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଲିଖିତ ଉତ୍ତର ରଖିଛନ୍ତି ।
ସେହିପରି ସଡକ ଦୁର୍ଘଟଣା ଉପରେ ପରିବହନ ମନ୍ତ୍ରୀ ବିଭୂତି ଜେନା ଆଜି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି । ଜାନୁଆରୀ ମାସରେ ସଡକ ଦୁର୍ଘଟଣାରେ ୫୦୫ ଜଣଙ୍କ ଜୀବନ ଯାଇଥିବା ବେଳେ ଗୋଟେ ମାସରେ 848 ଦୁର୍ଘଟଣା ହୋଇଛି । ଏଥିରେ 472 ଜଣ ଆହତ ହୋଇଛନ୍ତି ବୋଲି ପରିବହନ ମନ୍ତ୍ରୀ ବିଭୂତି ଜେନା ଗୃହରେ ଲିଖିତ ଉତ୍ତର ରଖିଥିଲେ ।