ଖୁସିଖବର ଦେଲା ସ୍ବାସ୍ଥ ବିଭାଗ, ଓଡିଶାରେ ପୁଣି ୧୧୯ ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍ (ବ୍ୟୁରୋ): ପଣି ରାଜ୍ୟରେ  ୧୧୯ ଆକ୍ରାନ୍ତ ସୁସ୍ଥ । ଟ୍ବିଟ କରି ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ। ସୁସ୍ଥଙ୍କ ମଧ୍ୟରେ  ୬୦ ଜଣ ଯାଜପୁର, ୧୩ କଟକର, ୧୨ କେନ୍ଦ୍ରାପଡାର, ଗଜପତିର ୯, ନୟାଗଡର ୬, ସୁନ୍ଦରଗଡର ୫, ବାଲେଶ୍ବରର ୩, ପୁରୀ ଓ ଖୋର୍ଦ୍ଧାର ୩ ଜଣ  ଲଖାଏଁ ସୁସ୍ଥ ହୋଇଛନ୍ତି।  ଗଞ୍ଜାମ,ବଲାଙ୍ଗୀରରୁ ୨ ଜଣ ଲଖାଏଁ ସୁସ୍ଥ ହୋଇଛନ୍ତି। ସେହିଭଳି ସମ୍ବଲପୁରରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ଟ୍ବିଟ କରି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏମାନଙ୍କ ମିଶାଇ ଓଡିଶାରେ  ମୋଟ ସୁସ୍ଥ ସଂଖ୍ୟା ୧୨୪୫ରେ ପହଞ୍ଚିଛି।


ସେହିଭଳି  ରାଜ୍ୟରେ ଆଜି ସର୍ବାଧିକ ୧୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧୦୪ କୁ ବୃଦ୍ଧି ପାଇଛି । ୧୫୬ ନୂଆ କରୋନା ଆକ୍ରାନ୍ତଙ୍କ ଭିତରୁ ୧୫୩ ଜଣ କ୍ବାରେଣ୍ଟାନ୍ ସେଣ୍ଟରୁ ଚିହ୍ନଟ ହୋଇଥିବାବେଳେ ଅନ୍ଯ ୩ଜଣ ସ୍ଥାନୀୟ ବାସିନ୍ଦା ବୋଲି ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଏହି ଆକ୍ରାନ୍ତଙ୍କ ଭିତରୁ କେନ୍ଦ୍ରାପଡାରୁ ସର୍ବାଧିକ ୫୦ଜଣ ଚିହ୍ନଟ ହୋଇଥିବାବେଳେ, କଟକରୁ ୨୦, ଗଞ୍ଜାମ ୧୭, ଜଗତସିଂପୁର ୧୪, ଯାଜପୁର ୧୧, କନ୍ଦମାଳ ୯, ଭଦ୍ରକ ୭, ଖୋର୍ଦ୍ଧା ୩, ନୟାଗଡ ୩, ସୁନ୍ଦରଗଡ ୩, ନୂଆପଡା ୩, ମୟୁରଭଞ୍ଜ ୩, ବରଗଡ ୩, ସୋନପୁର ୩, ସମ୍ବଲପୁର ୨, ବଲାଙ୍ଗୀର ୨, ମାଲକାନଗିରି ୧, କେନ୍ଦୁଝର ୧ ଏବଂ ବୌଦ୍ଧରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.