ପୋଲିସ ଦକ୍ଷତାର ପ୍ରମାଣ: ପରିକ୍ଷାର୍ଥୀ ୧୨୨, ଫେଲ ହେଲେ ୧୧୯

policeହାଇଦ୍ରାବାଦ: ପରୀକ୍ଷା ଦେଇଥିଲେ ୧୨୨ ଜଣ ଫେଲ ହେଲେ ୧୧୯ ଜଣ। ଏମାନେ କୌଣସି ଛାତ୍ର ନୁହନ୍ତି, ଜଣେ ଜଣେ ପୋଲିସ ଅଫିସର। ହାଇଦ୍ରାବାଦରେ ପୋଲିସ ସେବା ପାଇଁ ଚୟନ ହେବା ପରେ କାର୍ୟ୍ୟରେ ଯୋଗଦେବାକୁ ପହଞ୍ଚିଥିଲେ। ଏହି ୧୨୨ ଜଣ ଟ୍ରେନି ଆଇପିଏସ୍ ଅଫିସରଙ୍କ ମଧ୍ୟରୁ ୧୧୯ ଜଣ ଜରୁରୀ ପରୀକ୍ଷାରେ ଫେଲ୍ ହୋଇଥିବା ଜଣାପଡ଼ିଛି। ଏହି ବ୍ୟାଚରେ ମୋଟ୍ ୧୩୬ ଜଣ ଅଫିସର ରହିଥିବା ବେଳେ ଏମାନଙ୍କ ମଧ୍ୟରେ ଅଛନ୍ତି ୧୪ ଜଣ ବିଦେଶୀ ଅଫିସର।

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୋଲିସ ଏକାଡେମୀରେ ସ୍ନାତକ ପରେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଜରୁରୀ। ଭାରତୀୟ ଦଣ୍ଡବିଧି ସଂହିତା-ଆଇପିସି ଏବଂ କ୍ରିମିନାଲ ପ୍ରସିଡ୍ୟୁର କୋଡ-ସିଆରପିସି ବିଷୟରେ ଏହି ପରୀକ୍ଷା ହୋଇଥିଲା। ତିନି ଥର ଏଭଳି ପରୀକ୍ଷା ଦେବାର ବ୍ୟବସ୍ଥା ରହିଛି। ହେଲେ ପ୍ରଥମ ପରୀକ୍ଷାରେ ଏତେ ସଂଖ୍ୟାରେ ଫେଲ୍ ହେବା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। ଯଦି ଜଣେ ତିନି ଥର ପରୀକ୍ଷାରେ ଫେଲ୍ ହୁଏ ତେବେ ତାଙ୍କୁ ଚାକିରିରୁ ବାହାର କରିଦିଆଯାଏ।

Leave A Reply

Your email address will not be published.