ସମ୍ବଲପୁର : ହତ୍ୟାକାଣ୍ଡ ଘଟଣାରେ ୧୨ ଗିରଫ

ସମ୍ବଲପୁର(କେନ୍ୟୁଜ୍‌) : ସମ୍ବଲପୁର ଅଇଁଠାପାଲି ପୋଲିସ ଦ୍ୱାରା କୂଲତାପଡାରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ୧୨ ଜଣକୁ ଗିରଫ କରିଛି । ହତ୍ୟାକାଣ୍ଡର ୧୨ ଘଣ୍ଟା ମଧ୍ୟରେ ୧୨ଜଣକୁ ଗିରଫ କରିବାରେ ସଫଳ ହୋଇଛି ହୋଇଛି ପୋଲିସ୍‌।

ଏକ ଛୋଟ ଦୁର୍ଘଟଣାକୁ ନେଇ ଏହି ହତ୍ୟାକାଣ୍ଡ ନୂଆଁଖାଇରେ ଘଟିଯାଇଥିଲା। ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ଆଉ ଏହି ଆକ୍ରମଣରେ ସୋନି ବାଗ ନାମକ ଜଣେ ଯୁବକର ମୃତ୍ୟୁ ହୋଇଥିଲା। ପୋଲିସ ଏହି ଅଭିଯୁକ୍ତମାନଙ୍କୁ ହୀରାକୁଦ ଏବଂ ବୁର୍ଲାରୁ ଗିରଫ କରିଛି।

ଗତକାଲି ଦିନ ପ୍ରାୟ ୩ ଟାରେ ଜଣେ ଯୁବକ ବାଇକରେ ଗଲା ସମୟରେ ଆଉ ଏକ ବାଇକ ସହ ତାଙ୍କର ଧକ୍କା ହୋଇଥିଲା। ଯାହାକୁ ନେଇ ସେଠାରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହାପରେ ପୁଣି ଦୁର୍ଘଟଣା ଘଟାଇଥିବା ଯୁବକ ତାଙ୍କର କିଛି ସାଙ୍ଗମାନଙ୍କୁ ଡାକି ଦସମତିପଡାକୁ ପହଂଚି ସେଠିକାର ଯୁବକମାନଙ୍କ ସହ ଝଗଡା କରିଥିଲେ।

ଦଶମତି ଅଂଚଳର ଶତାଧିକ ଲୋକ ଏକତ୍ରିତ ହେବାରୁ ଏହି ଯୁବକମାନେ ଦୌଡ଼ି ପଳାଉଥିଲେ। ହେଲେ ସୋନି ବାଗ ଦଶମତି ପଡାବାସୀଙ୍କ ହାବୁଡ଼ରେ ପଡି ଯାଇଥିଲା। ଆଉ ସେହିଠାରେ ହିଁ ତାଙ୍କ ଉପରେ ସଙ୍ଘବଦ୍ଧ ଭାବେ ଆକ୍ରମଣ ହୋଇଥିଲା। ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.